୭ଟି ସହରର ପେଟ୍ରୋଲ ପମ୍ପ୍‌ ଉପରେ ଚଢ଼ଉ

୭ଟି ସହରର ପେଟ୍ରୋଲ ପମ୍ପ୍‌ ଉପରେ ଚଢ଼ଉ

zeenews

ଭୁବନେଶ୍ବର : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନସ୍ଥ ବୈଧମାପ ବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ ୭ଟି ସହରରେ ଓଜନ ମାପରେ ଠକେଇ କରୁଥିବା ପେଟ୍ରୋଲ୍‌ ପମ୍ପ ଉପରେ ଚଢ଼ଉ କରାଯାଇଛି। ବୈଧମାପ ବିଜ୍ଞାନ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ୭ଟି ସ୍କ୍ବାଡ଼୍‌ ଭୁବନେଶ୍ବର, ବ୍ରହ୍ମପୁର, କଟକ, ଜଗତସିଂହପୁର, ବାଲେଶ୍ବର, ସମ୍ବଲପୁର ଓ ରାଉରକେଲାର ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଅଚାନକ ଯାଞ୍ଚ କରିଥିଲେ। ୩୪ଟି ପେଟ୍ରୋଲ୍‌ ପମ୍ପ୍‌ରେ କରାଯାଇଥିବା ଯାଞ୍ଚରୁ ୭ଟିରେ କମ୍‌ ମାପ ଏବଂ ୯ଟି ପମ୍ପ୍‌ରେ ବୈଧମାପ ବିଜ୍ଞାନ ନିୟମର ଅନ୍ୟାନ୍ୟ ତ୍ରୁଟି ପାଇଁ ମୋଟ ୧ ଲକ୍ଷ ୮୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।

ରାଜ୍ୟରେ ଥିବା ପେଟ୍ରୋଲ୍‌ ପମ୍ପଗୁଡ଼ିକରେ ଓଜନ ମାପରେ ଅନିୟମିତତା ଧରିବାକୁ ଗତ ଜାନୁଆରି ୨୮ ତାରିଖରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବୈଧମାପ ନିର୍ଦ୍ଦେଶାଳୟର କାର୍ଯ୍ୟ ସମୀକ୍ଷା କରିବା ଅବସରରେ ନିର୍ଦ୍ଦେଶ ଦେଇଥିଲେ।ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭୁବନେଶ୍ବରର ୩ଟି ପେଟ୍ରୋଲ୍‌ ପମ୍ପ୍‌ ଯାଞ୍ଚ କରାଯାଇଥିଲା। ସେଥିରୁ ଗୋଟିଏ ପମ୍ପ୍‌ କମ୍ ମାପର ପେଟ୍ରୋଲ୍‌ ଦେଉଥିବା ପ୍ରମାଣିତ ହେବା ପରେ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ବ୍ରହ୍ମପୁରରେ ଯାଞ୍ଚ କରାଯାଇଥିବା ୯ଟି ପେଟ୍ରୋଲ୍‌ ପମ୍ପ୍‌ ମଧ୍ୟରୁ କମ୍‌ ମାପ ଓ ଅନ୍ୟାନ୍ୟ ତ୍ରୁଟି ପାଇଁ ଦୁଇଟି ପମ୍ପରୁ ୨୫ ହଜାର, କଟକର ଗୋଟିଏ ପେଟ୍ରୋଲ ପମ୍ପରୁ ୨୦ ହଜାର, ଜଗତସିଂହପୁରର ଗୋଟିଏ ପେଟ୍ରୋଲ ପମ୍ପରୁ ୪୦ ହଜାର, ବାଲେଶ୍ବରର ୩ଟିରୁ ୨୫ ହଜାର, ସମ୍ବଲପୁର ଗୋଟିକରେ କମ୍ ମାପ ପାଇଁ ୨୮ ହଜାର ଏବଂ ରାଉରକେଲାରେ ୩ଟି ପେଟ୍ରୋଲ୍‌ ପମ୍ପରୁ ୨୫ ହଜାର ଟଙ୍କା ଆଦାୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe