HOME TIMES
ଉଲୁଣ୍ଡା: ଶୁକ୍ରବାର ଉଲୁଣ୍ଡା ଅଞ୍ଚଳରେ ଥିବା ଗୁଟଖା ଦୋକାନଗୁଡ଼ିକରେ ଏନ୍ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢ଼ଉ କରାଯାଇଥିଲା। ମୋଟ ୩୩ଟି ଦୋକାନରେ ଚଢ଼ଉ କରାଯାଇ ଜରିମାନା ଆଦାୟ କରାଯାଇଥିଲା। ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ହୋଇଥିବା ଏହି ଚଢ଼ଉରେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ, ଡ୍ରଗ୍ସ ଇନ୍ସ୍ପେକ୍ଟର ଉମାଶଙ୍କର ମେହେର, ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ, ଏଏମ୍ଏନ୍ସିଡି ଗୀତାଞ୍ଜଳି ମେହେର, ଏଏସ୍ଆଇ ବୀରେନ୍ଦ୍ର ପଧାନ, ଅବକାରୀ ଏଏସ୍ଆଇ ବନମାଳୀ ରଣା ପ୍ରମୁଖ ଚଢ଼ଉ କରି ୩୮୨୦ ଟଙ୍କା ଜରିମାନା ଆଦାୟ କରିଥିଲେ।
ଅନ୍ୟପଟେ ଫାଇନ ଆଦାୟ କରିଥିବା ଦୋକାନୀମାନଙ୍କୁ ଆଗାମୀ ଦିନରେ ଗୁଟଖା ବିକ୍ରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଥିଲେ।
Follow Us