ତିର୍ତ୍ତୋଲର ଆନନ୍ଦ ମଣ୍ଡପ ଉପରେ ପ୍ରଶାସନ ପକ୍ଷରୁ ଚଢ଼ାଉ

Advertisment
ତିର୍ତ୍ତୋଲର ଆନନ୍ଦ ମଣ୍ଡପ ଉପରେ ପ୍ରଶାସନ ପକ୍ଷରୁ ଚଢ଼ାଉ

ତିର୍ତ୍ତୋଲ: ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲସ୍ଥିତ ଆନନ୍ଦ ମଣ୍ଡପରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଏସ୍‌ପି ପ୍ରକାଶ ରଙ୍ଗରାଜ୍‌ ଆଜି ସନ୍ଧ୍ୟାରେ ପୁଲିସ ଟିମ୍‌ ନେଇ ଚଢ଼ାଉ କରିଛନ୍ତି। ଏଠାରେ ରହୁଥିବା ବ୍ୟକ୍ତିମାନଙ୍କର ଚେକିଂ ଇନ୍‌ ଓ ଚେକ୍‌ ଆଉଟ ସମୟ ଲିପିବଦ୍ଧ କରିବାର ଉଲ୍ଲଂଘନ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିାବା ପରେ ପ୍ରଶାସନ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। କୋଭିଡ୍‌ ଗାଇଡଲାଇନ୍‌ ସହିତ ଉପନିର୍ବାଚନ ଗାଇଡଲାଇନ୍‌କୁ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରିବାକୁ ମଣ୍ଡପ କର୍ତ୍ତୃପକ୍ଷଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା।

publive-image

ସୂଚନାଯୋଗ୍ୟ, ଏହି ଆନନ୍ଦ ମଣ୍ଡପରେ ୨ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡିର ଅସ୍ଥାୟୀ ନିର୍ବାଚନ କାର୍ଯ୍ୟାଳୟ ଚାଲୁଥିଲା। ଏଠାରେ ଉଭୟ ଦଳର ନେତାମାନେ ରହି ନିର୍ବାଚନ ପରିଚଳନା, ପ୍ରଚାର ଅଭିଯାନ ଓ ନିର୍ବାଚନ ପ୍ରସ୍ତୁତି ସମେତ ଅନ୍ୟାନ୍ୟ ଦଳୀୟ କାର୍ଯ୍ୟର ତଦାରଖ କରୁଥିଲେ। ଆଜି ସନ୍ଧ୍ୟା ୬ଟାରେ ନିର୍ବାଚନ ପ୍ରଚାର ଶେଷ ହୋଇଯିବା ପରେ ମଧ୍ୟ ମଣ୍ଡପ ଭିତରେ ଓ ନିକଟରେ ଗହଳି ଦେଖିବାକୁ ମଳିବା ପରେ ପ୍ରଶାସନ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।

publive-image

ଉଲ୍ଲେଖଯୋଗ୍ୟ, ମତଗ୍ରହଣର ୪୮ ଘଣ୍ଟା ପୂର୍ବରୁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଯିବା ପରେ ଜିଲ୍ଳାର ପ୍ରବେଶ ପଥଗୁଡ଼ିକୁ ପୁଲିସ ପ୍ରଶାସନ ପକ୍ଷରୁ ନାକାବନ୍ଦୀ କରି ଦିଆଯାଇଛି ଏବଂ ବାହାର ଜିଲ୍ଲାର କୌଣସି ଲୋକ କିମ୍ବା ସଂପୃକ୍ତ ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କ ବ୍ୟତୀତ ଅଣଭୋଟରମାନଙ୍କୁ ତୁରନ୍ତ ନିର୍ବାଚନ ମଣ୍ଡଳୀ ଛାଡ଼ିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe