ବରପାଲିରେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘର ଓ ଦୋକାନରେ ଚଢ଼ଉ

Advertisment
ବରପାଲିରେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘର ଓ ଦୋକାନରେ ଚଢ଼ଉ

ବରଗଡ଼: ବରପାଲି ଠାରେ ପ୍ରତିଷ୍ଠିତ ଶ୍ରୀକୃଷ୍ଣ ଶାଢ଼ୀ କେନ୍ଦ୍ର, ଶ୍ରୀକୃଷ୍ଣ ବସ୍ତ୍ରାଳୟ, ଶ୍ରୀକୃଷ୍ଣ ଗାର୍ମେଣ୍ଟ, ଶ୍ରୀକୃଷ୍ଣ ସେଣ୍ଟର ଓ ଏମାନଙ୍କ ମାଲିକଙ୍କ ଘରେ ସିଟି ଏବଂ ଜିଏସଟି ବିଭାଗ ବରଗଡ଼, ସମ୍ବଲପୁର, ଝାରସୁଗୁଡାର ୨୫ଜଣ ବିଭାଗୀୟ ଅଧିକାରୀ ସହ ୨୫ଜଣ ପୁଲିସର ଉପସ୍ଥିତିରେ ତଦନ୍ତ କାର୍ଯ୍ୟ ଜାରି ରହିଛି। ଏଥିରେ ବରଗଡ଼ ଆୟକର ବିଭଗିୟ ଡେପୁଟି କମିସନର ରଜନୀକାନ୍ତ ସେଠ, ସମ୍ବଲପୁର ଡେପୁଟି କମିସନର ସୁବୋଧ ପଣ୍ଡା, କମରସିଆଲ ଟ୍ୟାକ୍ସ ଅଫିସର ଦିନେଶ ବାଗ, ସୁବ୍ରଜିତ ଦାଶ, ଆଶିଷ ଦାଶ, ଅମୃତ ସାଗର ଭୋଇ, ଲକ୍ଷ୍ମୀ ମେହେର, ଶେଖର ସାହୁ, ସୁନୀଲ କୁମାର ପାଣିଗ୍ରାହୀ, ସୁରଞ୍ଜନ ସାଗର, ଅଶ୍ବିନୀ ପାଢ଼ୀ, ବିଜୟ କିହର ମହାଳି, ଅତିରିକ୍ତ କମର୍ସିଆଲ ଟ୍ୟାକ୍ସ ଅଫିସର ଶିବଶଙ୍କର ବାରିକ, ଜଗଦୀଶ ସାହୁ,କରନ ସୁରେନ ପ୍ରମୁଖଙ୍କ ଉପସ୍ଥିତିରେ ଆଜି ସକାଳ ୧୦ ଟା ସମୟରୁ ଚଢ଼ାଉ କରାଯାଉଛି । ଖବର ଦେବା ପର୍ଯ୍ୟନ୍ତ ପ୍ରତ୍ୟକ ଦୋକାନର ସମସ୍ଥ ହିସାବ କାଗଜପତ୍ର, ବିକ୍ରି କରାଯାଇଥିବା ରସିଦ, ଷ୍ଟକ ସାମଗ୍ରୀର ଆକଳନ କରାଯିବା ସହିତ ଶ୍ରୀକୃଷ୍ଣ ବସ୍ତ୍ର ଦୋକାନ ମାଲିକଙ୍କ ଘରେ ମଧ୍ୟ ଚଢ଼ଉ ଚାଲିଛି । ଏନେଇ ସମସ୍ତ ତଦନ୍ତ ସରିବା ପରେ ପ୍ରକୃତ ତଥ୍ୟ ପ୍ରଦାନ କରାଯିବ ବୋଲି ଡେପୁଟି କମିସନର ରଜନୀକାନ୍ତ ସେଠ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe