ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମରେ ଏକ ବାଣ ଗୋଦାମ ଉପରେ ପୁଲିସ ଆଜି ପୂର୍ବାହ୍ନ ସାଢେ ଦଶଟା ସମୟରେ ଚଢଉ କରି ୨୦ ଲକ୍ଷ ଟଙ୍କାର ବାଣ ଜବତ କରିଛି। ବାଲେଶ୍ଵର ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ଵର ଆଇଆଇସି ରଞ୍ଜନ କୁମାର ସେଠୀଙ୍କ ସହ ୨୫ ଜଣିଆ ଟିମ ଶାଳିକୋଠା ସ୍ଥିତ ୩ଟି ପୃଥକ ପୃଥକ ବାଣ ଗୋଦାମ ଉପରେ ଚଢଉ କରିଥିଲେ। ଚଢ଼ଉ ସମୟରେ ୨ଟି ବାଣ ଗୋଦାମର ମାଲିକ ପ୍ରଫୁଲ୍ଲ ବେହେରା, ବୁଲିଆ ଖଟୁଆ ପୁଲିସ ଅଟକ ରଖି ଜେରା କରୁଛି। ଚଢ଼ଉ ସମୟରେ ବୁଲିଆ ଖଟୁଆର ଗୋଦାମରୁ ୫କିଲୋରୁ ଅଧିକ ବିସ୍ପୋରକ ଅର୍ଥାତ୍ କଞ୍ଚା ବାରୁଦ ଜବତ ହୋଇଥିବା କୁହାଯାଇଛି। ବାଣର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ ସୂଚନା ଦେଇଛି।
ବାଣ ଗୋଦାମ ଉପରେ ଚଢ଼ଉ; ୨୦ ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ବାଣ ଜବତ, ମାଲିକ ଅଟକ
Advertisment
Follow Us