କ୍ରସର ଓ ପଥର କ୍ବାରିରେ ପ୍ରଶାସନର ଚଢ଼ଉ

Advertisment
କ୍ରସର ଓ ପଥର କ୍ବାରିରେ ପ୍ରଶାସନର ଚଢ଼ଉ

ମୁରିବାହାଲ: ମୁରିବାହାଲ ତହସିଲ ଅନ୍ତର୍ଗତ ବଡ଼ସାଇମରା ପଞ୍ଚାୟତ ଅଣ୍ଡାଲଦରୋ ଗ୍ରାମରେ ଥିବା ପୃଥ୍ୱୀରାଜ ପାତ୍ରଙ୍କ ପଥର କ୍ରସର ଓ ଏହି ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଥିବା ପଥର କ୍ବାରିଗୁଡ଼ିକରେ ଶୁକ୍ରବାର ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି। ସକାଳୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କ ନେତୃତ୍ୱରେ ହୋଇଥିବା ଚଢ଼ଉ ସମୟରେ କ୍ରସର ଓ କ୍ବାରିଗୁଡ଼ିକର ବିଭିନ୍ନ କାଗଜପତ୍ର ତନ୍ନତନ୍ନ କରି ଯାଞ୍ଚ କରାଯାଇଥିଲା। ଏହା ସହିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାରର ଯାଞ୍ଚ କରାଯାଇଥିଲା।

ଏହି ଚଢ଼ଉରେ ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ମୁରିବାହାଲ ତହସିଲଦାର ସୋନାଲି ପାତ୍ର, ଟିଟିଲାଗଡ଼ ଥାନା ଆଇଆଇସି ରଞ୍ଜନ ବରିହା, ମାଇନିଂ ନିରୀକ୍ଷକଙ୍କ ସହ ସମସ୍ତ ରାଜସ୍ବ, ପୁଲିସ ଓ ପ୍ରଦୂଷଣ ବିଭାଗ ଅଧିକାରୀ ଉପସ୍ଥିତଥିଲେ। ଏ ସମ୍ପର୍କରେ ତହସିଲଦାର ଶ୍ରୀମତୀ ପାତ୍ରଙ୍କୁ ପଚାରିବାରୁ ଚଢ଼ଉ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବାରୁ ସମ୍ପୂର୍ଣ୍ଣ ଆକଳନ କରାଯାଉଥିବା ସେ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe