୫୦ ହଜାର ମେଟ୍ରିକଟନ୍ ଲୌହପଥର ଉଭାନ!

କୋଇଡ଼ା ଖଣି ଅଞ୍ଚଳ ନଦୀଡିହିସ୍ଥ ୭୪.୫ ହେକ୍ଟର ପରିମିତ ଇଏସ୍‌ଏଲ୍‌ ଲୌହଖଣିରେ ଖଣିବିଭାଗର ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ ପକ୍ଷରୁ ଚଢ଼ଉ କରାଯାଇ ବିଭିନ୍ନ ଷ୍ଟକ୍ ଓ ଷ୍ଟାକ୍ ଯାଞ୍ଚ ହୋଇଥିଲା।

29a14c83-2d91-4ebe-9a04-9f748356beaa

କୋଇଡ଼ା: କୋଇଡ଼ା ଖଣି ଅଞ୍ଚଳ ନଦୀଡିହିସ୍ଥ ୭୪.୫ ହେକ୍ଟର ପରିମିତ ଇଏସ୍‌ଏଲ୍‌ ଲୌହଖଣିରେ ଖଣିବିଭାଗର ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ ପକ୍ଷରୁ ଚଢ଼ଉ କରାଯାଇ ବିଭିନ୍ନ ଷ୍ଟକ୍ ଓ ଷ୍ଟାକ୍ ଯାଞ୍ଚ ହୋଇଥିଲା।

ତେବେ ଏହି ଖଣିର ବିଭିନ୍ନ ଷ୍ଟାକ୍‌ରୁ ବିପୁଳ ପରିମାଣର ଲୌହପଥର ଉଭାନ ହୋଇଯାଇଥିବା ଦେଖିବାକୁ ପାଇଥିଲେ ଅଧିକାରୀ। ଯାଞ୍ଚ ସମ୍ପୂର୍ଣ୍ଣ ସରିବା ପରେ କୋଇଡ଼ା ଖଣି ଉପନିର୍ଦେଶକ ଅସିତ କୁମାର ବେହେରା ଦୁଇଦିନ ତଳେ ଉକ୍ତ ଖଣିକୁ ପ୍ରାୟ ୪୦ କୋଟି ଟଙ୍କାର ଜରିମାନା ପୈଠ ପାଇଁ ନିର୍ଦେଶ ଦେଇଥିବା ସୂଚନା ମିଳିଛି। 

ତେବେ ଏ ବାବଦରେ ଖଣି କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳି ପାରିନଥିବାବେଳେ କିଛିଦିନ ତଳେ ସିଏଜି ଅଡିଟ୍‌ ରିପୋର୍ଟରେ ଖଣି ଅଞ୍ଚଳରୁ ବିଭିନ୍ନ ଉପାୟରେ କେଉଁଭଳି ଭାବରେ ଖଣିଜ ପଥର ଲୁଟ୍ ହେଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ହଜାରହଜାର କୋଟି ଟଙ୍କାର ଦୁର୍ନୀତିକୁ ସର୍ବସମ୍ମୁଖକୁ ଆଣିଥିଲେ ସିଏଜି। ତେବେ ଏଇଏସ୍‌ଏଲ୍‌ ନଦୀଡିହି ଖଣିରୁ ଲୌହପଥର ଉଭାନ ଦୁର୍ନୀତିରେ କେଉଁମାନେ ସାମିଲ୍ ଅଛନ୍ତି ଓ ଖଣି ବିଭାଗ ଏ ନେଇ ଆଗକୁ କଣ ସବୁ ପଦକ୍ଷେପ ନେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe