ନକଲି ସାର ଗୋଦାମରେ ଚଢ଼ଉ

ନକଲି ସାର ଗୋଦାମରେ ଚଢ଼ଉ

Hindustan Times

ବରପାଲି: ବରପାଲି ନିକଟସ୍ଥ ତୁଲଣ୍ଡି ଗ୍ରାମର ଜନୈକ ବ୍ୟକ୍ତିଙ୍କ ନକଲି ସାର ଗୋଦାମ ଉପରେ କୃଷି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ବରପାଲି କୃଷି ବିଭାଗ, ବରଗଡ଼ କୃଷି ବିଭାଗ ତଥା ବରପାଲି ପୁଲିସ ଏହି ଚଢ଼ଉରେ ସାମିଲ ଥିଲେ। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସନ୍ଧ୍ୟାରେ ବରପାଲି କାଇଁଶିର ନିକଟରେ ଏକ ପିକଅପ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେବାପରେ ସ୍ଥାନୀୟ ଲୋକେ ସହାୟତା କରିବାକୁ ଚାହିଁବାରୁ ଡ୍ରାଇଭର ମନା କରିଥିଲା। ଫଳ​ରେ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଏହି ସମୟରେ ଏକ ଟ୍ରାକ୍ଟର ଆସି ପିକଅପରୁ ବସ୍ତାସବୁ ନେଇ ଯାଉଥିବା ବେଳେ କିଛି ଯୁବକ ଟ୍ରାକ୍ଟରକୁ ପିଛାକରି ଦେଖିଲେ, ତାହା ତୁଲଣ୍ଡି ଗ୍ରାମର ମୋହନ ବାରିକଙ୍କ ଗୋଦାମକୁ ଯାଇଥିଲା। ଯୁବକମାନଙ୍କର ସନ୍ଦେହ ହେବାରୁ ସେମାନେ ତୁରନ୍ତ କୃଷି ବିଭାଗକୁ ଖବର ଦେଇଥିଲେ।

ଏହାପରେ ବରଗଡ଼ ଫର୍ଟିଲାଇଜର ଇନ୍ସପେକ୍ଟର ଇଦୁସ୍ମିତା ଦେବତା, ବରପାଲି କୃଷି ଅଧିକାରୀ ଧିରେନ ଭୋଇ ପୁଲିସ ଟିମ ସହ ସେଠାରେ ପହଞ୍ଚି ରାତି ପ୍ରାୟ ୯ଟା ଯାଏଁ ତଦନ୍ତ କରିଥିଲେ। ଉକ୍ତ ଗୋଦାମରୁ ୯୦ ବସ୍ତା ପଟାସ୍ ଏମଓପି ସହ ଖାଲିବସ୍ତା, ଲୁଣବସ୍ତା ଓ ରଙ୍ଗ ଥିବା ଦେଖିବାକୁ ପାଇଥିଲେ। ମାଲିକ ମୋହନ ବାରିକ ଆଉକିଛି ବସ୍ତାକୁ ତଞ୍ଚକତାପୂର୍ବକ ନିଆଁରେ ପୋଡ଼ି ଦେଇଥିଲେ। ତଦନ୍ତକାରୀ ଟିମ୍ ରାତି ୯ଟା ପର୍ଯ୍ୟନ୍ତ ଚଢ଼ଉ କାର୍ଯ୍ୟ ଜାରି ରଖିଥିଲା। ଜବତ ପଟାସ ସାରକୁ ବରପାଲି ଏଫସିଆଇ ଗୋଦାମରେ ରଖି ସାରର ନମୁନା ପରୀକ୍ଷାଗାରକୁ ପଠାଯିବ ବୋଲି ତଦନ୍ତକାରୀ ଅଫିସର ସୂଚନା ଦେଇଥିଲେ। ଏଥିସହ ରିପୋର୍ଟ ଆସିବା ପରେ ନିୟମାନୁସାରେ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ପ୍ରକାଶ କରିଥିଲେ। ଦୀର୍ଘବର୍ଷରୁ ଏଠାରେ ନକଲି ସାର ପ୍ରସ୍ତୁତ କରାଯାଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ଏପରି ସାଂଘାତିକ କାର୍ଯ୍ୟରେ ଲିପ୍ତଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦେବାପାଇଁ ସବୁ ମହଲରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe