ଭଦ୍ରକ: ପୁରୁଣା ବଜାର ଅଞ୍ଚଳ ହେଉଛି ନକଲି ଜର୍ଦ୍ଦା ତିଆରିର ପେଣ୍ଠ ସ୍ଥଳ। ମାସିକ କୋଟି କୋଟି ଟଙ୍କାର ନକଲି ଜର୍ଦ୍ଦା ଏଠାରେ ତିଆରି ହୁଏ। ପୁରୁଣା ବଜାର ପୁଲିସର ଜାଣତରେ ଏଇ ନକଲି କାରବାର ଚାଲେ। କିନ୍ତୁ ପୁଲିସ କେବଳ ଲୋକ ଦେଖାନିଆ ଭାବରେ ବର୍ଷକୁ ଥରେ ଦୁଇ ଥର ଚଢାଉ କରେ। ମାମଲା ରୁଜୁ କରି ଚୁପ ହୋଇ ବସିଯାଏ। ପୁଣି ଯେଉଁ ନକଲି କାରବାରକୁ ଦେଇ ନକଲି କାରବାର ଚାଲେ। କିନ୍ତୁ ବୁଧବାର ଦିନ ଗୁଇନ୍ଦା ସୂତ୍ରରୁ ଖବର ପାଇଁ ଭଦ୍ରକ ସିଟି ଡିଏସପିଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ପୁରୁଣା ବଜାରର ହେଲାସାହିରେ ଚାଲୁଥିବା ନକଲି ଜର୍ଦ୍ଦା ତିଆରି କାରଖାନା ଉପରେ ଚଢାଉ କରାଯାଇଥିଲା। ତିନୋଟି ସ୍ଥାନରେ ଏଇ ନକଲି ଜର୍ଦ୍ଦା ତିଆରି କରାଯାଇଥିବା ବେଳେ ଏକା ବେଳେ ୩ଟି ସ୍ଥାନରେ ପୁଲିସ ଫୋର୍ସ ସହ ଚଢାଉ କରାଯାଇଥିଲା। ଏଇ ଚଢାଉରେ ଭଦ୍ରକ ପୁରୁଣାବଜାର ପୁଲିସ ସାମିଲ ଥିଲା। ଚଢାଉ ବେଳେ ବିପୁଳ ପରିମାଣର ଜର୍ଦ୍ଦା ଜବତ କରାଯାଇଛି, ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଜର୍ଦ୍ଦା ତିଆରି ସରଜାମ, ବିଭିନ୍ନ କେମିକାଲ, ନକଲି କମ୍ପାନିର ଡବା, ପଲିଥିନ ପ୍ୟାକେଟ, ବିଭିନ୍ନ ପ୍ରକାର ରାସାୟନିକ ଲିକ୍ୟୁଡ ଓ ମେସିନ ଜବତ କରାଯାଇଛି। ଏହି ଘଟଣାରେ ତିନୋଟି ମାମଲା ରୁଜୁ କରାଯିଛି। ୨ ଜଣ ଗିରଫ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଅଛି।
ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ: ଲୋଗୋ-ଷ୍ଟିକର-ଯନ୍ତ୍ରାଂଶ ଜବତ, ୨ ଗିରଫ
Advertisment
Follow Us