ବଙ୍ଗାଳୀପଡ଼ାରେ ଜୁଆ ଆଡ଼ାରେ ଚଢ଼ଉ, ୯ ଗିରଫ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ସମ୍ବଲପୁର : ସମ୍ବଲପୁର ସହର ବଙ୍ଗାଳୀପଡ଼ାରେ ବିଭିନ୍ନ ସମୟରେ ଜୁଆ ଆଡ଼ାରେ ଚଢ଼ଉ କରାଯାଇ ୯ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୧ ହଜାର ୫୨୦ ଟଙ୍କା ଜବତ କରିଛି କ୍ଷେତରାଜପୁର ଥାନା ପୁଲିସ। ଥାନା ଅଧିକାରୀ ମମତା ନାଏକଙ୍କ ସୂଚନା ଅନୁସାରେ, ସଂଧ୍ୟା ୫.୩୦ରେ ବଙ୍ଗାଲୀପ଼ଡ଼ାରେ ଜୁଆ ଆଡ଼ାରେ ଚଢଉ ପରେ ପଏନକାପଡ଼ାର ପପଲୁ ଦାସ(୨୬), ଚନ୍ଦନ ନଗରର ଆକାଶ ଦାସ (୨୨) ଏବଂ ବଙ୍ଗାଳୀପଡ଼ାର ମଣ୍ଟୁ ଦାସଙ୍କୁ ଗିରଫ କରାଯାଇ ଥିଲା। ସେମାନଙ୍କଠାରୁ ୫୨ଟି କାର୍ଡ ସହିତ ୧୧୨୦ ଟଙ୍କା ଜବତ ହୋଇଥିଲା। ୨ ଘଣ୍ଟା ପରେ ସଂଧ୍ୟା ୭.୩୦ ବଙ୍ଗାଳୀପଡ଼ାରେ ଜୁଆ ଆଡ଼ାରେ ଚଢଉ କରାଯାଇଥିଲା। ଏଥିରେ ସୁଶାନ୍ତ କର୍ମକାର(୪୫), ନିର୍ମଳ ଦତ୍ତ(୪୮), କିଶୋର ଦାସ(୫୧), ରାଜେଶ ମାଝି(୪୦), ନିତ୍ୟ ଚୌଧୁରୀ(୪୫), ଗଣେଶ ଦାସ(୪୦)ଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଠାରୁ ୧୦ ହଜାର ୫୦୦ ଟଙ୍କା ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe