ଜୁଆଖେଳ ଉପରେ ଚଢ଼ାଉ ବେଳେ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀଙ୍କୁ ନିର୍ଧୁମ ମାଡ଼

Advertisment
ଜୁଆଖେଳ ଉପରେ ଚଢ଼ାଉ ବେଳେ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀଙ୍କୁ ନିର୍ଧୁମ ମାଡ଼

ବାଲିପାଟଣା: ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ରାଜସ ପଞ୍ଚାୟତ କୃଷ୍ଣପୁର ଯାତ୍ରାରେ ଜୁଆ ଖେଳ ଉପରେ ଚଢଉ ବେଳେ ନିର୍ଧୁମ ମାଡ଼ ଖାଇଛନ୍ତି ପୁଲିସର ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀ।  ଲୋକଙ୍କ ସଙ୍ଘବଦ୍ଧ ଆକ୍ରମଣରେ ଭୟଭୀତ ହୋଇ ପୁଲିସ କର୍ମଚାରୀ ଗାଡି ଛାଡି ପଳାଇଥିଲେ। ଖବର ପାଇ ବାଲିପାଟଣା ପୁଲିସ ପହଁଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଗାଡି ଗୁଡିକୁ ଉଦ୍ଧାର କରିଛି। ଘଟଣାଟି ଏହି ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଆଜି କମିସନରେଟ ପୁଲିସ ପକ୍ଷରୁ ଗାଁରେ ଚଢ଼ଉ ହେଉଛି ।

ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି କୃଷ୍ଣପୁର ଗାଁ ମେଳଣ ପଡିଆରେ ଦ୍ୱିତୀୟ ରାତି ଯାତ୍ରା ହେଉଥିଲା। ଜୁଆ ଖେଳ ହେଉଥିବା ବିଶେଷ ସୂତ୍ରରୁ ସୂଚନା ପାଇ ରାତି ପ୍ରାୟ ସାଢେ ୨ ଟାରେ ସାଧା ପୋଷାକରେ ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀ ସେଠାକୁ ଆସିଥିଲେ। ଖବର ଦେବା ପରେ ଅଧିକ କର୍ମଚାରୀ ଆସିଥିଲେ। ଜୁଆ ଖେଳ ପାଖରେ ରୁଣ୍ଡ ହୋଇଥିବା ଲୋକଙ୍କୁ ଲାଠିରେ ପିଟିଥିଲେ। କିଛି ଜୁଆ ଖେଳାଳିଙ୍କୁ ଧରି ଗାଡିରେ ବସାଇଥିଲେ। ସେହି ସମୟରେ ସ୍ଥାନୀୟ ଲୋକେ ଉତକ୍ଷିପ୍ତ ହୋଇ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳ ରଣକ୍ଷେତ୍ର ପାଲଟିଯାଇଥିଲା। ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିଥିଲେ। ହେଲେ ଲୋକେ ଖାତିର ନ କରି ଗୋଡେଇ ଗୋଡେଇ ପିଟିଥିଲେ। ଜୀବନ ବିକଳରେ ପୁଲିସ କର୍ମୀ ସ୍ଥାନ ଛାଡି ଚାଲିଯାଇଥିଲେ। ବାଲିପାଟଣା ପୁଲିସ ଖବର ପାଇ ସେଠାକୁ ଯାଇଥିଲେ। କମିସନରେଟ ପୁଲିସ ଘଟଣାକୁ ଗୁରୁତର ସହ ନେଇଛି। ଆଜି ଅତିରିକ୍ତ ଏସିପି, ଜୋନ୍‌-୪ ଏସିପି ପରେସ କୁମାର ରାଉତ ଏବଂ ବାଲିଅନ୍ତା, ଧଉଳି, ପାହାଳ, ଏୟାର ଫିଲଡ, ଲକ୍ଷ୍ମୀସାଗର ପ୍ରଭୃତି ଥାନାର ଆଇଆଇସି ବାଲିପାଟଣା ଥାନାରେଙ୍କମିକିତ ଚଢ଼ାଉ ଆରମ୍ଭ ହୋଇଛି। ୧୦ ରୁ ଅଧିକ ଲୋକଙ୍କୁ ପୁଲିସ ଘରୁ ଉଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe