କଳାପଥର ପାହାଡ଼ରେ ଚଢ଼ଉ, କମ୍ପ୍ରେସର ଜବତ

Advertisment
କଳାପଥର ପାହାଡ଼ରେ ଚଢ଼ଉ, କମ୍ପ୍ରେସର ଜବତ

ଚଢ଼େଇଧରା : ଧର୍ମଶାଳା ତହସିଲ ଅଧୀନ ରାହାଡ଼ପୁର କଳାପଥର ପାହାଡ଼ରେ ପ୍ରଶାସନ ପକ୍ଷରୁ ଗୁରୁବାର ଦିନ ଚଢ଼ଉ କରାଯାଇ ବେଆଇନ୍ ଖାଦାନରୁ ୩ କମ୍ପ୍ରେସର ଜବତ କରାଯାଇଛି। ଡ୍ରାଇଭର ଓ ମାଫିଆମାନେ ଫେରାର ହୋଇଯାଇଛନ୍ତି। ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥିବା ୧୦ ନମ୍ବର ସୈରାତରେ ବେଆଇନ ଭାବେ ଚୋରାରେ ପଥର ଖନନ ଚାଲିଥିବା ବେଳେ ତହସିଲ ପକ୍ଷରୁ ଚଢ଼ଉ ହୋଇଥିଲା।

ଏହି ସୈରାତର ଲିଜ୍ ବାତିଲ ପରେ ବିଭିନ୍ନ ସମୟରେ ବେଆଇନ ଭାବେ ପଥର ମାଫିଆମାନେ ଖନନ କରି ପାହାଡ଼ ନିକଟରେ ଥିବା କ୍ରସରରେ ବିକ୍ରି ଲକ୍ଷଲକ୍ଷ ଟଙ୍କା ମୁନାଫା କରି ଚାଲିଛନ୍ତି। ୧୦ ନମ୍ବର ସୈରାତ ନିକଟରେ ଥିବା ରାଣୀବନ୍ଧ ଡ୍ୟାମର ସୁରକ୍ଷା  ଲାଗି ପ୍ରଶାସନ ଲିଜ୍ ବାତିଲ କରିବା ସହ ୧୪୪ ଧାରା ଜାରି କରି, ଟ୍ରେଞ୍ଚ ଖୋଳି ସୈରାତ ପ୍ରବେଶପଥକୁ ବନ୍ଦ କରିଥିଲା। ପଥର ମାଫିଆମାନେ ସରକାରୀ କଳକୁ ଭ୍ରୂକ୍ଷେପ ନକରି ଟ୍ରେଞ୍ଚକୁ ପୋତି ବ୍ଲାଷ୍ଟିଂ କରିବା ପାଇଁ କମ୍ପ୍ରେସର ଦ୍ୱାରା ଡ୍ରିଲିଂ କରିଚାଲିଛନ୍ତି। ଗୁରୁବାର ଦିନ ଡଙ୍କାରୀ ପାହାଡ଼ ତଦନ୍ତରେ ଥିବା ତହସିଲଦାର ସ୍ୱାଗତ ଦାସଙ୍କ ସହ ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି, ଦୁଇ ରାଜସ୍ୱ ନିରୀକ୍ଷକ ମାନସ ବେଜ, ଓ ଜଗବନ୍ଧୁ ଜେନା ରାହାଡ଼ପୁର ପାହାଡ଼ରେ ଚଢ଼ଉ କରିଥିଲେ। ତହସିଲଦାରଙ୍କ ଗାଡ଼ି ଦେଖି କମ୍ପ୍ରେସର ଛାଡି ଡ୍ରିଲର୍ ଓ ମାଫିଆ ଫେରାର ହୋଇଯାଇଥିଲେ। ପ୍ରଶାସନ ପକ୍ଷରୁ ଜବତ ୩ଟି କମ୍ପ୍ରେସରକୁ ଚଢ଼େଇଧରା ଫାଣ୍ଡିରେ ଜିମା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe