ଔଷଧ ଦୋକାନ ଉପରେ ଚଢ଼ଉ

Advertisment
ଔଷଧ ଦୋକାନ ଉପରେ ଚଢ଼ଉ

ଯାଜପୁରସଦର : ମହାମାରୀ କରୋନା ସମୟରେ କଳାବଜାରୀ ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏଥିପାଇଁ ଟିମ୍‌ ଗଠନ କରାଯାଇ କଳାବଜାରୀ ରୋକିବା ଏବଂ ଗ୍ରାହକମାନଙ୍କୁ ଉଚିତ ଦାମରେ ଔଷଧ ବିକ୍ରି ହେଉଛି କି ନାହିଁ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଯାଜପୁର ସହରର ବିଭିନ୍ନ ଔଷଧ ଦୋକାନରେ ଡ୍ରଗ୍ସ ଇନ୍ସପେକ୍ଟର ଓ ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ। ବିକ୍ରି ପାଇଁ ରହିଥିବା ମାସ୍କ ଓ ସାନିଟାଇଜରର ମୂଲ୍ୟ ତନଖି କରିଥିଲେ।

ଦୁଇପ୍ରସ୍ତ ବିଶିଷ୍ଟ ମାସ୍କର ଦାମ ୩ ଟଙ୍କାରୁ ୪ ଟଙ୍କା ଭିତରେ ଗ୍ରାହକଙ୍କୁ ବିକ୍ରି କରିବା ପାଇଁ କହିବା ସହିତ ୩ ପ୍ରସ୍ତ ମାସ୍କର ମୂଲ୍ୟ ୯ଟଙ୍କାରୁ ୧୦ ଟଙ୍କା ଭିତରେ ବିକ୍ରି କରିିବା ପାଇଁ ଦୋକାନୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ସାନିଟାଇଜର ମୂଲ୍ୟ ଡ୍ରଗ୍ସ ଇନ୍ସପେକ୍ଟର ନିର୍ଦ୍ଧାରଣ କରିଥିଲେ। କେତେକ ଔଷଧ ଦୋକାନୀ ଅଧିକ ମୁନାଫା ନେଉଥିବା ଅଭିଯୋଗ ହେଉଥିଲା। ଏହି ଚଢ଼ଉରେ ଡ୍ରଗ୍ସ ଇନ୍ସପେକ୍ଟର ହରପ୍ରିୟା ମଲ୍ଲିକ, ଯାଜପୁର ଟାଉନ ଥାନାଧିକାରୀ ମାନସ ରଞ୍ଜନ ଚକ୍ର, ପ୍ଲାଟୁନ କମାଣ୍ଡର ଉମାକାନ୍ତ ରାଉତଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe