ଲାନ୍ଥନଦୀ ବାଲିଘାଟରେ ପ୍ରଶାସନର ଚଢ଼ଉ: ୭ ଟ୍ରାକ୍ଟର, ୨ ଜେସିବି, ୨ ଜେନେରେଟର ଜବତ

Advertisment

ବାଲିଘାଟ ସିଲ୍‌, ୨ଅଟକ, ବେଆଇନ ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ

ବାଲିଘାଟ ସିଲ୍‌, ୨ଅଟକ, ବେଆଇନ ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ

ଲାନ୍ଥନଦୀ ବାଲିଘାଟରେ ପ୍ରଶାସନର ଚଢ଼ଉ: ୭ ଟ୍ରାକ୍ଟର, ୨ ଜେସିବି, ୨ ଜେନେରେଟର ଜବତ

ମୁରିବାହାଲ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ ଇଚ୍ଛାପଡ଼ା ଆର୍‌ଆଇ ସର୍କଲ ଅନ୍ତର୍ଗତ ଜାମପଦର ଗାଁ ନିକଟ ବାଲିଘାଟରେ ଶନିବାର ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି। ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ରାଜସ୍ବ ଓ ପୁଲିସ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢ଼ଉରେ ୭ଟି ଟ୍ରାକ୍ଟର, ୨ଟି ଜେସିବି ଓ ୨ଟି ଜେନେରେଟର ଜବତ କରାଯାଇଛି। ଗୋଟିଏ ଟ୍ରାକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

publive-image

ପ୍ରକାଶ ଯେ ଶନିବାର ଭୋର୍‌ରୁ ଉପଜିଲ୍ଲାପାଳ ଶ୍ରୀ ମହାଜନ, ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ମୁରିବାହାଲ ତହସିଲଦାର ସୋନାଲି ପାତ୍ର, ଟିଟିଲାଗଡ଼ ଥାନା ଆଇଆଇସି ରଞ୍ଜନ ବରିହା, ମୁରିବାହାଲ ଥାନା ଆଇଆଇସି ଜ୍ୟୋତିରାଣୀ ଦାସ, ଇଚ୍ଛାପଡ଼ା ଭାରପ୍ରାପ୍ତ ଆର୍‌ଆଇ କୁଶଳ ବେହେରା, ଆର୍‌ଆଇ ହିମାଂଶୁ ମେହେର, ଜିଲୁ ବିଶ୍ୱାଳ, ସେକ୍ସନ ଅଫିସର ଭରତ ଭୋଇ ପ୍ରମୁଖ ଏହି ବାଲିଘାଟରେ ଅତର୍କିତ ଚଢ଼ଉ କରିଥିଲେ। ବାଲିଘାଟଟି ପ୍ରିତମ ପାତ୍ରଙ୍କ ନାମରେ ୨୦୨୦ରୁ ଲିଜ୍‌ ନିଆଯାଇଥିବା ବେଳେ ଆହୁରି ୩ବର୍ଷ ପର୍ଯ୍ୟନ୍ତ ଲିଜ ଅବଧି ଥିବା ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି। ଏଠାରୁ ବିପୁଳ ପରିମାଣର ବେଆଇନ ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ ନେଇ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।

publive-image

ଚଢ଼ଉ ସମୟରେ ଜେସିବି (ଓଡି ୦୩ ଟି ୯୭୯୩ ଓ ଏକ ବିନା ନମ୍ବର ଚେନ୍‌ ମେସିନ ଜେସିବି), ସୁକୁନାପଦରର ନରେନ୍ଦ୍ର ହାତୀଙ୍କ ଟ୍ରାକ୍ଟର (ଓଡି ୧୭ ଏଚ୍‌ ୨୭୬୦), ଚାଉଳଶୁଖା ମନ୍ତୋଷ ପୁଟେଲଙ୍କ ଟ୍ରାକ୍ଟର (ଓଡି ୦୩ କ୍ୟୁ ୦୭୮୪), ଘୁଷୁରାମୁଣ୍ଡାର ସୁପଥ ମାଝୀଙ୍କ ଟ୍ରାକ୍ଟର (ଓଡି ୦୩ ପି ୭୨୨୯), କସାମାଲର ସାନ ନାଗଙ୍କ ଟ୍ରାକ୍ଟର (ଓଡି ୦୩ ଇ ୪୪୦୨), ୩ଟି ବିନା ନମ୍ବର ଟ୍ରାକ୍ଟର, ଏକ ଏସି ଜେନେରେଟର ଓ ଏକ ହୋଣ୍ଡା ମିନି ଜେନେରେଟର ଜବତ କରାଯାଇଥିଲା। ଆଉ ଏକ ଟ୍ରାକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହି ବାଲିଘାଟକୁ ଜଣେ ବରିଷ୍ଠ ରାଜନେତାଙ୍କ ସମ୍ପର୍କୀୟ ଅନ୍ୟ ଜଣଙ୍କ ନାମରେ ଲିଜ୍‌ ନେଇ ବେଆଇନ ଭାବେ ଅଧିକ ବାଲି ଉତ୍ତୋଳନ କରୁଥିବା ଚର୍ଚ୍ଚା ହେଉଛି। ଅଧିକ ତଦନ୍ତ ପାଇଁ ୨ଜଣଙ୍କୁ ମୁରିବାହାଲ ଥାନାରେ ଅଟକ ରଖାଯାଇଛି। ଏହି ବାଲିଘାଟକୁ ସିଲ କରାଯାଇଛି। ଅଧିକ ମିଳିତ ତଦନ୍ତ ପାଇଁ ଭୂତତ୍ବ ବିଭାଗ ଯୁଗ୍ମ ନିର୍ଦେଶକ ଓ ଖଣିଜ ସମ୍ପଦ ବିଭାଗକୁ ଅବଗତ କରାଯାଇଛି ବୋଲି ତହସିଲଦାର ସୋନାଲି ପାତ୍ର ପ୍ରକାଶ କରିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe