ଏସ୍‌ଏନ୍‌ ମହାନ୍ତି ସ୍ପଞ୍ଜ ଆଇରନ୍‌ କାରଖାନାରେ ଆୟକର ଚଢ଼ଉ

ଟିକସ ଫାଙ୍କି ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏସ୍‌ଏନ୍‌ ମହାନ୍ତିଙ୍କ ବଣାଇସ୍ଥ ଦୁଇଟି ସ୍ପଞ୍ଜ ଆଇରନ୍‌ କାରଖାନା ଓ ରାଉରକେଲା କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ କରାଯାଇଛି। ଭୁବନେଶ୍ବର ଓ ରାଉରକେଲା ଆୟକର କାର୍ଯ୍ୟାଳୟର ୬ରୁ ଅଧିକ ଅଧିକାରୀ ବଣାଇ ଉପଖଣ୍ଡ ଦରେଇକେଲା

rkl

ରାଉରକେଲା/ବଣାଇ: ଟିକସ ଫାଙ୍କି ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏସ୍‌ଏନ୍‌ ମହାନ୍ତିଙ୍କ ବଣାଇସ୍ଥ ଦୁଇଟି ସ୍ପଞ୍ଜ ଆଇରନ୍‌ କାରଖାନା ଓ ରାଉରକେଲା କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ କରାଯାଇଛି। ଭୁବନେଶ୍ବର ଓ ରାଉରକେଲା ଆୟକର କାର୍ଯ୍ୟାଳୟର ୬ରୁ ଅଧିକ ଅଧିକାରୀ ବଣାଇ ଉପଖଣ୍ଡ ଦରେଇକେଲା

ଗୁରୁଣ୍ଡିପାଲିରେ ଥିବା ‘କାଇ ଇଣ୍ଟରନ୍ୟାସନାଲ୍‌’ ଓ ବାର୍‌ହାମୂଷାସ୍ଥ ‘ବିଶାଲ୍‌ ଷ୍ଟିଲ’ରେ ମଙ୍ଗଳବାର ସକାଳୁ ଚଢ଼ଉ କରିଥିଲେ। ଏସ୍‌ଏନ୍‌ ମହାନ୍ତିଙ୍କ କାଇ ଇଣ୍ଟନ୍ୟାସନାଲ ସ୍ପଞ୍ଜ ଆଇରନ୍‌ କାରଖାନାକୁ ଲିଜ୍‌ ନେଇଥିବା ବ୍ୟବସାୟୀଙ୍କ ସିଭିଲଟାଉନସିପ୍‌ସ୍ଥ ଘର, ଫୋରମ୍‌ ଗ୍ୟାଲେରିଆରେ ଥିବା କାର୍ଯ୍ୟାଳୟ ଉପରେ ଚଢ଼ଉ ହୋଇଥିବା ଜଣାପଡ଼ିଛି।

ବ୍ୟାଙ୍କ କାରବାର, କାରଖାନାକୁ ଆସୁଥିବା ଲୁହାପଥର, ବିକ୍ରି ହେଉଥିବା ସ୍ପଞ୍ଜ ଲୁହାର ବିଲ୍‌, ଇନ୍‌ଭଏସ୍‌ ଆଦିକୁ ଆୟକର ଟିମ୍‌ ଟିକିନିକି ଯାଞ୍ଚ କରିଛନ୍ତି।

କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ନେଇଥିବା ଜଣାପଡ଼ିଛି। ଏଥିସହ କାରଖାନାର ପରିଚାଳନା ମୁଖ୍ୟ ସରୋଜ ବେହେରାଙ୍କୁ ପଚରାଉଚୁରା ପାଇଁ ସାଥୀରେ ନେଇ ଯାଇଥିବା ଜଣାପଡ଼ିଛି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲେ ହେଁ, ଅଧିକାରୀମାନେ କିଛି କହିବାକୁ ମନାକରି ଦେଇଛନ୍ତି। ଜବତ ହୋଇଥିବା କାଗଜପତ୍ର ଯାଞ୍ଚ ଓ ପଚରାଉଚୁରା ପରେ କେତେ ଟଙ୍କା ଆୟକର ଠକେଇ ହୋଇଛି ଜଣାପଡ଼ିବ ବୋଲି କେବଳ କହିଛନ୍ତି। ବଣାଇ, ରାଉରକେଲା ସମେତ କ‌ୋଇଡ଼ା, ଯୋଡ଼ା, ବଡ଼ବିଲ୍‌, କେନ୍ଦୁଝର ଓ ଭୁବନେଶ୍ବରସ୍ଥ କର୍ପୋରେଟ୍‌ କାର୍ଯ୍ୟାଳୟରେ ମଧ୍ୟ ଆୟକର ଟିମ୍‌ ଚଢ଼ଉ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe