ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଚଢ଼ଉ

ଓମ୍‌ବାଡ୍‌ସି ଅର୍ଥ ଖର୍ଚ୍ଚ ହୋଇ ପାରୁନାହିଁ: ଅନୁମୋଦନ ହେଉଛି, ପ୍ରଦାନ କରାଯାଉନି

The Wire Science

ଅନୁଗୁଳ : ଚୋରା କୋଇଲା କାରବାର ରୋକିବା ପାଇଁ ଆଜି ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସ୍‌ଏଫ୍‌) ପକ୍ଷରୁ ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଚଢ଼ଉ କରାଯାଇଛି। ଏହିସମୟରେ ଚୋରା କୋଇଲା କାରବାରରେ ସଂପୃକ୍ତ ‌ଗୋଟିଏ ଜେସିବି ସହ ୩ଟି ଟ୍ରକ୍‌କୁ ଜବତ କରାଯାଇଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଲିଙ୍ଗରାଜ କୋଇଲା ଖଣିର ଲୋକାଲ ସେଲ ପ୍ଲଟ୍‌ରେ ଥିବା କୋଇଲା ଚୋରି ହେଉଥିବା ଖଣି ସୁରକ୍ଷା ଦାୟିତ୍ବରେ ଥିବା ଓଆଇଏସ୍‌ଏଫ୍‌ ଜାଣିବାକୁ ପାଇଥିଲେ। ପରେ ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲେ। ଏହିସମୟରେ ସୁରକ୍ଷା କର୍ମୀଙ୍କୁ ଦେଖି କୋଇଲା ମାଫିଆମାନେ ଚମ୍ପଟ ମାରିଥିଲେ। ପରେ ସୁରକ୍ଷା କର୍ମୀ ସେଠାରୁ ଗୋଟିଏ ଜେସିବି ସହ ୩ ଟି କୋଇଲା ବୋଝେଇ ଟ୍ରକ୍‌କୁ ଜବତ କରିଛି। ଏଥିନେଇ ତାଳଚେର ପୁଲିସକୁ ସୁରକ୍ଷା କର୍ମୀ ଜଣାଇବା ପରେ ଏହାର ଖୋଳତାଡ଼ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଥିବା ଖଣି ଭିତରୁ ଏମିତି କୋଇଲା ଚୋରି ଜଣାପଡ଼ିବା ପରେ ଏହା ପଛରେ ବଡ଼ ବଡ଼ ମାଫିଆମାନେ ଥିବା ସ୍ପଷ୍ଟ ହୋଇଛି। ଏଠାରୁ କୋଇଲା ନେଇ ଜିଲ୍ଲା ବାହାରକୁ ଚାଲାଣ ହେଉଛି। ମାଫିଆମାନେ କୋଇଲା ଚୋରି କରି ଚଢ଼ା ଦରରେ ବାହାରେ ବିକ୍ରି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe