ବ୍ରହ୍ମପୁର ସହରର ୬ଟି ଘରୋଇ ନର୍ସି˚ ହୋମ୍‌ ଓ ଚିକିତ୍ସାଳୟ ଉପରେ ଚଢ଼ଉ

Advertisment

ନିୟମ ଉଲ୍ଲ˚ଘନ କରିଥିବାରୁ ଜାରି ହେବ କାରଣଦର୍ଶାଅ ନୋଟିସ୍‌, ଟିମ୍‌ ସଦସ୍ୟଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ନିୟମ ଉଲ୍ଲ˚ଘନ କରିଥିବାରୁ ଜାରି ହେବ କାରଣଦର୍ଶାଅ ନୋଟିସ୍‌, ଟିମ୍‌ ସଦସ୍ୟଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ମେ’ ୧ରୁ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ପ୍ରସବର ଅଡିଟ୍‌

medicaldialogues.in

ବ୍ରହ୍ମପୁର : ଶନିବାର ଦିନ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ସହରର ବିଭିନ୍ନ ଘରୋଇ ନର୍ସିଂହୋମ୍‌ ଓ ଘରୋଇ ଚିକିତ୍ସାଳୟ ଉପରେ ଅଚାନକ ଚଢ଼ଉ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ କମିସନର ଜେ. ସୋନାଲ୍‌, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଂଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ସହରର ୬ଟି ଘରୋଇ ନର୍ସିଂହୋମ୍‌ ଉପରେ ଚଢ଼ଉ କରି ସେଠାରେ ରୋଗୀଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟସେବାର ଯାଞ୍ଚ କରିଥିଲେ।

ଏହି ଟିମ୍‌ ପ୍ରଥମେ ବ୍ରହ୍ମପୁର କାର୍ଡିଆକ୍ସ ସେଣ୍ଟର, ଜଗନ୍ନାଥ ହସ୍‌ପିଟାଲ, ଯଶୋଦା ଡାଇଗ୍ନୋସିସ୍‌, ଆସ୍ଥା ହସ୍‌ପିଟାଲ, ଗୁରୁଦେବ ହସପିଟାଲ ଓ ଅମିତ୍‌ ହସ୍‌ପିଟାଲର ନଥିପତ୍ର ଯାଞ୍ଚ କରିଥିଲେ। ଏଠାରେ ବିଲ୍ଡିଂ ଆକ୍ୟୁପେନ୍ସି ସାର୍ଟିଫିକେଟର ବୈଧତା, କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ସାର୍ଟିଫିକେଟ, ଜୈବିକ ବର୍ଜ୍ୟବସ୍ତୁର ପରିଚାଳନା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଟ୍ରେଡ୍‌ ଲାଇସେନ୍ସର ବୈଧତା, ଏକ୍ସରେ, ଅଲଟ୍ରାସାଉଣ୍ତ ପଞ୍ଜୀକରଣର ବୈଧତା ଉପରେ ଯାଞ୍ଚ କରିଥିଲେ। ଘରୋଇ ଚିକିତ୍ସାଳୟରେ ଥିବା ଅସ୍ତ୍ରୋପଚାର କକ୍ଷ ବୁଲି ଦେଖିଥିଲେ। ପ୍ରାୟ ସବୁଠି ସରକାରୀ ନୀତିନିୟମ ଉଲ୍ଲଂଘନ ହେଇଥିବା ଟିମ୍‌ ଦେଖିବାକୁ ପାଇଥିଲେ।

ଅମିତ୍‌ ହସ୍‌ପିଟାଲ ଯାଞ୍ଚ ବେଳେ ଅପରେସନ୍‌ କକ୍ଷରେ ଯୁକ୍ତଦୁଇ ପଢ଼ୁଥିବା ଛାତ୍ର ଡ୍ରେସି˚ କରୁଥିବା ସହ ଔଷଧ ଦୋକାନରେ ଫାର୍ମାସିଷ୍ଟ ନଥିବା ଦେଖିଥିଲେ। ଏହି ସମୟରେ ହସପିଟାଲର କିଛି କର୍ମଚାରୀ ଟିମ୍‌ ସଦସ୍ୟଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ନଜରକୁ ଆସିଛି। ଯାଞ୍ଚ ବେଳେ ଅଧିକାଂଶ କ୍ଷେତ୍ରରେ ଅନିୟମିତତା ଦେଖିବାକୁ ମିଳିଥିଲା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଥିବା ହିତାଧିକାରୀଙ୍କୁ ସଠିକ୍‌ ଚିକିତ୍ସା ଯୋଗାଇ ଦିଆଯାଉଛି ନା ନାହିଁ ତାହା ଦୁଇ ଅଧିକାରୀ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ। ଅନିୟମିତତା ଜଣାପଡିବା ପରେ ମହାନଗର ନିଗମ ଓ ପ୍ରଶାସନ ପକ୍ଷରୁ ୬ଟି ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ ବୋଲି ଉଭୟ କମିସନର ଓ ଉପଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe