ପରିବା ବଜାରରେ ଚଢ଼ଉ: ପରିବା ଦୋକାନରେ ମଦ ବ୍ୟବସାୟ, ବ୍ୟାପକ ଦେଶୀ ମଦ ଜବତ

Advertisment
ପରିବା ବଜାରରେ ଚଢ଼ଉ: ପରିବା ଦୋକାନରେ ମଦ ବ୍ୟବସାୟ, ବ୍ୟାପକ ଦେଶୀ ମଦ ଜବତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ମାଂସ ବଜାର ଏବଂ ସାପ୍ତାହିକ ବଜାରରେ କିଛିଦିନ ଧରି ପରିବା ବ୍ୟବସାୟ କରିବା ବାହାନାରେ ଦୋକାନ ଭିତରେ ମଦ ପାଉଚ ବ୍ୟବସାୟ କରାଯାଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପାଇବା ପରେ ଭବାନୀପାଟଣା ଟାଉନ୍‌ ଥାନା ସହଯୋଗରେ ପୌର ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ନେତୃତ୍ବରେ କାଉନସିଲରମାନେ ସାପ୍ତାହିକ ପରିବା ବଜାରରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ବସ୍ତା ବସ୍ତା ମଦ ପାଉଚ ଜବତ କରାଯାଇଛି।

ଏହି ଚଢ଼ଉରେ ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, କାଉନସିଲର ପ୍ରଶାନ୍ତ ଠାକୁର, ଭୁବନେ ବାଗ, ପ୍ରମିତ ସିଂ, ପିଙ୍କି ରାଉତ, ଶିବା ସାହୁ, ପ୍ରାଣନାଥ ନାଏକ, ବିଳାସିନୀ ରାଉତ, ଜୟଶ୍ରୀ ଅଗ୍ରୱାଲ, ମାଧୁରୀବନ୍ତ ନାଏକ, ଗିରିଜା ଗହିର, କ୍ଷୀରସିନ୍ଧୁ ନାୟକ, ରଞ୍ଜୁକ୍ତା ପ୍ରଧାନ, ଉତ୍ପଳ ଦାସ, ପୌର ପରିଷଦ କର୍ମଚାରୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe