୩ ଦିନ ରାୟଗଡ଼ା ସଟଡ଼ାଉନ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୪୮ ଘଣ୍ଟା ବନ୍ଦ ରଖିବାକୁ ବି ନିର୍ଦେଶ ଦେଲେ ଜିଲ୍ଲାପାଳ

Advertisment
୩ ଦିନ ରାୟଗଡ଼ା ସଟଡ଼ାଉନ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୪୮ ଘଣ୍ଟା ବନ୍ଦ ରଖିବାକୁ ବି ନିର୍ଦେଶ ଦେଲେ ଜିଲ୍ଲାପାଳ

ରାୟଗଡ଼ା: ରାୟଗଡ଼ାରୁ ଆଜି ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୩ ଦିନ ଜିଲ୍ଲା ସଟଡ଼ାଉନ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଘୋଷଣା କରିଛନ୍ତି। ଏଥି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୪୮ ଘଣ୍ଟା ବନ୍ଦ ରଖିବାକୁ ବି ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅଗଷ୍ଟ ୧୬ ପର୍ଯ୍ୟନ୍ତ ଶନିବାର, ରବିବାର ସପ୍ତାହାନ୍ତ ସଟଡ଼ାଉନ ଚାଲିବା ନେଇ ବି ସୂଚନା ଦେଇଛନ୍ତି ଜିଲ୍ଲାପାଳ।

ସୂଚନାଯୋଗ୍ୟ, ଆଜି ସୁଦ୍ଧା ଜିଲ୍ଲାରୁ ୮୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଯାବତ୍ ୭ ଜଣଙ୍କ ମୃତ୍ୟୁ ହୋଇଛି।

publive-image
ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଦାୟିତ୍ବ ତୁଲାଉଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠୁ ଆରମ୍ଭ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପୁଲିସ୍ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ। ଅନ୍ୟ ଜିଲ୍ଲା ତୁଳନାରେ ରାୟଗଡ଼ାରେ କରୋନା ଯୋଦ୍ଧା ଆକ୍ରାନ୍ତଙ୍କ ତାଲିକା ଲମ୍ବି ଚାଲିଛି। ଯାହାଙ୍କ ସଂସ୍ପର୍ଶରେ ଆସି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।

କୋରାପୁଟ, ମାଲକାନଗିରି, ନବରଙ୍ଗପୁର ପରେ ଶେଷରେ ରାୟଗଡ଼ା କରୋନା ଆକ୍ରାନ୍ତ ତାଲିକାରେ ସାମିଲ୍ ହୋଇଥିବା ବେଳେ ଏବେ ଅନ୍ୟ ୩ ଜିଲ୍ଲା ତୁଳନାରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଆଗୁଆ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe