ନର୍ଲାରେ ନିର୍ମାଣ ହେବ ରେଳ ଓଭର୍‌ ବ୍ରିଜ୍

Advertisment
ନର୍ଲାରେ ନିର୍ମାଣ ହେବ ରେଳ ଓଭର୍‌ ବ୍ରିଜ୍

Jagran

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଲେବଲ କ୍ରସିଂଠାରେ ଓଭର ବ୍ରିଜ ନିର୍ମାଣ ନିମନ୍ତେ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା। ବର୍ତ୍ତମାନ ଏନେଇ ସର୍ଭେ କାର୍ଯ୍ୟ ଶେଷ ହୋଇଥିବାବେଳେ ଅନୁମୋଦନ ଅପେକ୍ଷାରେ ରହିଥିବା ଜଣାପଡ଼ିଛି। ପ୍ରକାଶ ଯେ, ନର୍ଲା ବିଧାୟକ ଭୂପିନ୍ଦର ସିଂହ ବିଧାନସଭାରେ ରାଜ୍ୟ ନିର୍ମାଣ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନର୍ଲାଠାରେ ରେଳ ଓଭର ବ୍ରିଜ ଓ ଗୋହିରାପଦରରେ ଅଣ୍ଡର ବ୍ରିଜ କିମ୍ବା ଓଭର ବ୍ରିଜ ପ୍ରସ୍ତାବ ଅଛି କି ବୋଲି ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, କଳାହାଣ୍ଡି ଜିଲ୍ଲାର ନର୍ଲା ପୂର୍ତ୍ତ ବିଭାଗ ରାସ୍ତାରେ ଏଲସି ନଂ–ଆରଭି ୧୯୬ର ପ୍ରାରମ୍ଭିକ ସର୍ଭେ ଓ ଅନୁସନ୍ଧାନ କାର୍ଯ୍ୟ ଶେଷ ହୋଇ ଏହାର ଅନୁମୋଦିତ ଏଲାନମେଣ୍ଟ ନକ୍ସାକୁ ରେଳବାଇ ଅଧିକାରୀଙ୍କ ନିକଟକୁ ରେଳବାଇ ଅଂଶର ଜିଏଡି ପ୍ରସ୍ତୁତି ନିମନ୍ତେ ପଠାଯାଇଛି। ରେଳବାଇ ଅଧିକାରୀଙ୍କଠାରୁ ହସ୍ତ‌ଗତ ହେବା ପରେ କମବାଇଣ୍ଡ ଜିଏଡି ପୁନଃ ଅନୁମୋଦନ ନିମନ୍ତେ ପଠାଯିବ। ପରେ ଅଟକଳ ପ୍ରସ୍ତୁତି କରାଯାଇ ପ୍ରଶାସନିକ ଅନୁମୋଦନ ତଥା ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି। ସେହିଭଳି ଗୋହିରାପଦରରେ ଅଣ୍ଡର ବ୍ରିଜ କିମ୍ବା ଓଭର ବ୍ରିଜ ନିର୍ମାଣ ପାଇଁ ବର୍ତ୍ତମାନ କୈାଣସି ପ୍ରସ୍ତାବ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe