ଛାତଡିପୁଟ-ମାଳିଗୁଡା ଦୋହରୀକରଣ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିସନର

Advertisment
ଛାତଡିପୁଟ-ମାଳିଗୁଡା ଦୋହରୀକରଣ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିସନର

ଜୟପୁର: ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନର କୋରାପୁଟ-କିରନ୍ଦୁଲ ଲାଇନରେ ଦୋହରୀକରଣ କାମ ଜାରୀ ରହିଛି। ଏହି କ୍ରମରେ ଅଂଶ ବିଶେଷ ଥିବା ଛାତଡିପୁଟ- ମାଳିଗୁଡା ସେକ୍ସନରେ ନୂଆରେ ନିର୍ମାଣାଧୀନ ଥିବା ୭କିଲୋମିଟର ଦୋହରୀକରଣ କାମର ସୁରକ୍ଷା ନିରୀକ୍ଷଣ କରିଛନ୍ତି ଦକ୍ଷିଣ-ପୂର୍ବ ମଣ୍ଡଳ ରେଳ ସୁରକ୍ଷା କମିଶନର ଏ. ଏମ. ଚୌଧୁରୀ । ନିରୀକ୍ଷଣ ସମୟରେ ୱାଲଟିୟର ଡିଭିଜିନାଲ ରେଳବାଇ ପ୍ରବନ୍ଧକ ଅନୁପ ଶତପଥୀ, ମୁଖ୍ୟ ଯନ୍ତ୍ରୀ କେ. ଧନୁଞ୍ଜୟ ରାଓ, ମୁଖ୍ୟ ପ୍ରଶାସନିକ ଅଧିକାରୀ ଏପି ଦ୍ୱିବେଦୀ, ମୁଖ୍ୟ ସେତୁ ଯନ୍ତ୍ରୀ ଆନନ୍ଦ କୁମାର ସିଂହ ଏବଂ ଅନ୍ୟ ଅଧିକାରୀମାନେ ଏହି ସୁରକ୍ଷା ନିରୀକ୍ଷଣ ଯାଞ୍ଚ କାର୍ଯ୍ୟରେ ସହଯୋଗ କରିଥିଲେ। ଏହି ଯାଞ୍ଚ କାର୍ୟ୍ୟ ସଫଳତାର ସହ ଶେଷ ହେବା ସହ ସ୍ପିଡ ଟ୍ରେନକୁ ସଫଳତାର ସହ ଏହା ଉପରେ ଚଳାଇ ପରିଚାଳନା କରିବା ସହ ଚଳାଇବା ପାଇଁ ଅନୁମତି ମିଳିଛି।

ପ୍ରତିକୂଳ ପାଗ, ଦୁର୍ଗମ ଅଞ୍ଚଳ ଇତ୍ୟାଦି ସତ୍ବେ ସିଭିଲ ଇଞ୍ଜିନିୟରିଂ, ସିଗନାଲ୍ ଓ ଟେଲିକମ୍ ଏବଂ ଇଲେକ୍ଟ୍ରିକାଲ୍ ବିଭାଗର ବହୁ ପରିଶ୍ରମ ପରେ ଏହା ସମ୍ଭବ ହୋଇପାରିଛି। ଏହି ସେକ୍ସନରେ ସମ୍ପୂର୍ଣ୍ଣ ୟାର୍ଡ ଲାଇନରେ ୩୧ଟି (ବ୍ରିଜ୍ ) ସେତୁ, ୩୧ମିଟରର (ହାଇ ଏମ୍ବାକମେଣ୍ଟ) ଉଚ୍ଚ ବନ୍ଧ ଆଦି ରହିଛି।

publive-image

ଏହି ପ୍ରକଳ୍ପର ଅଂଶବିଶେଷ ସ୍ୱରୂପ, ଷ୍ଟେସନ ୟାର୍ଡ, ଉଚ୍ଚ ସ୍ତରୀୟ ପ୍ଲାଟଫର୍ମ ଏବଂ ସେତୁଗୁଡ଼ିକରେ ନୂତନ କ୍ରସ୍ ଓଭର ସହିତ ଅନେକ ଟ୍ରାଫିକ୍ ସୁବିଧାର ମଧ୍ୟ ଆଜି ଯାଞ୍ଚ କରିବା ସହ ଶିଳାନ୍ୟାସ କରାଯାଇଥିଲା। ଛାତଡିପୁଟ- ମାଳିଗୁଡା ସେକ୍ସନରେ ମଧ୍ୟରେ ନିର୍ମାଣ ହୋଇଥିବା ୭ କିଲୋମିଟର ନୂତନ ଦୋହରୀକରଣ ଲାଇନକୁ ରେଳ ସୁରକ୍ଷା କମିଶନର ଆଜି ଅନୁଧ୍ୟାନ କରିବା ସହ ହାରାହାରି ପ୍ରତିଘଣ୍ଟାକୁ ୫୫କିଲୋ ମିଟର ଦ୍ରୁତ ବେଗରେ ଏକ ଏହାର ସ୍ପିଡ ଟ୍ରାଏଲ ମଧ୍ୟ ସଫଳତାର ସହ କରାୟାଇଛି ବୋଲି ଡିଆରଏମ ଅନୁପ ଶତପଥୀ କହିଛନ୍ତି। ନନ୍-ଇଣ୍ଟରଲକିଂ କାର୍ଯ୍ୟ ପରେ ଖୁବ୍ ଶୀଘ୍ର ଏହି ସେକ୍ସନଗୁଡ଼ିକୁ ରେଳ ଚଳାଚଳ ପାଇଁ ବ୍ୟବହାର କରାଯିବ ବୋଲି ଡିଆରଏମ୍ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe