ପଣ୍ୟ ବୋଝେଇରେ ରେଳପଥର ଅଭିବୃଦ୍ଧି

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

YouTube

ଭୁବନେଶ୍ବର : ୨୦୨୧-୨୨ ଆର୍ଥିକ ବର୍ଷରେ ମାଲ ପରିବହନରେ ଭାରତୀୟ ରେଳପଥ ଏପ୍ରିଲ୍ ମାସରେ ପୂର୍ବବର୍ଷ ତୁଳନାରେ ଅଭିବୃଦ୍ଧି କରିଛି। ୨୦୨୧ ଏପ୍ରିଲ୍‌ରେ ରେଳପଥ ୧୧୧.୬୪ ନିୟୁତ ଟନ ପଣ୍ୟ ପରିବହନ କରିଥିଲା। ୨୦୨୨ ଏପ୍ରିଲ୍‌ରେ ୧୨୨.୨ ନିୟୁତ ଟନ ପଣ୍ୟ ପରିବହନ କରି ଗତବର୍ଷ ଏପ୍ରିଲ ଅପେକ୍ଷା ୧୦.୫ ନିୟୁତ ଟନ୍‌ ଅର୍ଥାତ ୯.୫% ଅଭିବୃଦ୍ଧି କରି ପରିବହନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ଏଥିସହ ଭାରତୀୟ ରେଳପଥ ୨୦ ମାସର ସର୍ବଶ୍ରେଷ୍ଠ ମାସିକ ଆକଳନକୁ ପଞ୍ଜୀକୃତ କରିଛି। ଏହି ଅଭିବୃଦ୍ଧି କୋଇଲାରେ ୫.୮ ନିୟୁତ ଟନ୍‌ର ବର୍ଦ୍ଧିତ ଲୋଡିଂ ଦ୍ୱାରା ହୋଇଥିବା ବେଳେ ଖାଦ୍ୟଶସ୍ୟରେ ୩.୩ ନିୟୁତ ଟନ୍‌ ଓ ସାରରେ ୧.୩ ନିୟୁତ ଟନ୍‌ ଅଭିବୃଦ୍ଧି ଘଟିଛି। ଇସ୍ପାତ ପାଇଁ କଞ୍ଚାମାଲ ବ୍ୟତୀତ ସମସ୍ତ ଦ୍ରବ୍ୟ ଗତବର୍ଷ ଅପେକ୍ଷା ଅଭିବୃଦ୍ଧି ହୋଇଛି। ଦୈନିକ ବୋଝେଇ ହୋଇଥିବା ୱାଗନ୍‌ କ୍ଷେତ୍ରରେ ମଧ୍ୟ ୯.୨% ଅଭିବୃଦ୍ଧି ଘଟିଛି। ୨୦୨୧ ଏପ୍ରିଲ୍‌ରେ ଦୈନିକ ୬୦ ହଜାର ୪୩୪ ୱାଗନ୍ ପଣ୍ୟ ବୋଝେଇ କରାଯାଇଥିବା ବେଳେ ଏଥର ତାହା ୬୬ ହଜାର ୨୪ରେ ପହଞ୍ଚିଛି।

କୋଇଲାର ଅନ୍ତର୍ଜାତୀୟ ମୂଲ୍ୟ ବୃଦ୍ଧି ହେତୁ ଘରୋଇ କୋଇଲା ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି, ଯାହାକୁ ରେଳପଥ କ୍ରମାଗତ ଭାବେ ପୂରଣ କରିଛି। ୨୦୨୧ ସେପ୍ଟେମ୍ବରରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ଭାରତୀୟ ରେଳପଥ ପାୱାର ହାଉସରେ କୋଇଲା ଲୋଡିଂକୁ ୩୨% ବୃଦ୍ଧି କରିଛି। ଏହି ଧାରା ଏପ୍ରିଲରେ ମଧ୍ୟ ଜାରି ରହିଛି ଏବଂ ସାମଗ୍ରିକ କୋଇଲା ବୋଝେଇ ୨୦୨୨ ଏପ୍ରିଲ୍‌ରେ ଅଭିବୃଦ୍ଧି ଘଟିଛି। ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା କ୍ରୟ କ୍ଷେତ୍ରରେ ବଳିଷ୍ଠତା ଓ ଗହମର ରପ୍ତାନି ପାଇଁ ଚାହିଦା ଦ୍ୱାରା ସମର୍ଥିତ ଖାଦ୍ୟ ଶସ୍ୟ ପରିବହନ ଏପ୍ରିଲରେ ୯୫% ଅଭିବୃଦ୍ଧି ଘଟିଛି। ସାର ବୋଝେଇରେ ୫୩% ବୃଦ୍ଧି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe