ଢେଙ୍କାନାଳ: ଢେଙ୍କାନାଳ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସର ରହଣିଦାବି କରି ଜିଲ୍ଲା ଓକିଲ ସଂଘ ଆହ୍ଵାନକ୍ରମେ ଆଜି ଢେଙ୍କାନାଳଠାରେ ୨୦ ମିନିଟ୍ରୁ ଅଧିକ ସମୟ ଧରି ରାଜଧାନୀ ଏକ୍ସପ୍ରେସକୁ ଅଟକା ଯାଇଛି। ୩ଟି ପ୍ରମୁଖ ରାଜନୈତିକ ଦଳ ଯଥା କଂଗ୍ରେସ, ବିଜେଡି ଓ ବିଜେପି ଦଳ ସହିତ ବିଭିନ୍ନ ସଙ୍ଗଠନ ଜିଲ୍ଲା ଓକିିଲ ସଂଘର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ଢେଙ୍କାନାଳ ଷ୍ଟେସନରେ ଆଜି ସକାଳ ୯ଟା ବେଳେ ଶହଶହ ସଂଖ୍ୟାରେ ଆନ୍ଦୋଳନକାରୀ ରୁଣ୍ଡ ହୋଇ ରେଳରୋକ ଚଳାଇଛନ୍ତି।
ରହଣି ଦାବି କରି ଢେଙ୍କାନାଳ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସକୁ ଅଟକାଇଲା ଜିଲ୍ଲା ଓକିଲ ସଂଘ
Advertisment
Follow Us