ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବିରେ ବ୍ରଜରାଜନଗର ରେଳ ଷ୍ଟେସନରେ ରେଳରୋକ

Advertisment
ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବିରେ ବ୍ରଜରାଜନଗର ରେଳ ଷ୍ଟେସନରେ ରେଳରୋକ

ବ୍ରଜରାଜନଗର:  ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନ ରହଣି ଦାବି ନେଇ ରେଳରୋକୋ କରିବା ସହ ବ୍ରଜରାଜନଗର ବନ୍ଦ ଡାକରା ଦେଇଛି ନାଗରିକ ମଞ୍ଚ। ଆଜି ସକାଳ ୬ ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଚାଲିବ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ ବୋଲି ଚେତାବନୀ ଦେଇଛି ବ୍ରଜରାଜନଗର ନାଗରିକ ମଞ୍ଚ। ବ୍ରଜରାଜନଗର ରେଳ ଧାରଣା ରେ ବସିଛନ୍ତି ଶହ ଶହ ଲୋକ।

publive-image

ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ବ୍ରଜରାଜନଗର ନାଗରିକ ମଞ୍ଚଙ୍କ ସହିତ ବିଭିନ୍ନ ରାଜନୈତିକ ଦଳ ଏହାକୁ ପୂର୍ଣ୍ଣମାତ୍ରାରେ ସଫଳ କରିବା ପାଇଁ ସମର୍ଥନ ଜଣାଇଛି। ବ୍ରଜରାଜନଗରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏଠାରେ ଅହମଦାବାଦ ଏକ୍ସପ୍ରେସ, ମୁମ୍ବାଇ- ହାବଡା ମେଲ ଟ୍ରେନର ରହଣି ଦାବିରେ ଆନ୍ଦୋଳନ କରାଯାଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe