ରେଳ ବୋର୍ଡ ଅଧ୍ୟକ୍ଷଙ୍କ ତାଳଚେର ଗସ୍ତ

Advertisment
ରେଳ ବୋର୍ଡ ଅଧ୍ୟକ୍ଷଙ୍କ ତାଳଚେର ଗସ୍ତ

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ରେଳ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭି.କେ ତ୍ରିପାଠୀ ରବିବାର ଦିନ ତାଳଚେର କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କରିବା ସହ ଟ୍ରାଫିକ ସୁବିଧା ତଥା ସୁବିଧାଜନକ ଟ୍ରେନ୍‌ ଚଳାଚଳ ଓ ବିକାଶମୂଳକ କାର୍ଯ୍ୟକଳାପ ସମ୍ବନ୍ଧରେ ଅନୁଧ୍ୟାନ କରିଛନ୍ତି। ଏହି ଅଞ୍ଚଳରେ ରେଳବାଇର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ(କାର୍ଯ୍ୟକାରୀ) ଶରଦ କୁମାର ଶ୍ରୀବାସ୍ତବ, ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ଉପସ୍ଥିତ ଥିଲେ। ଶ୍ରୀ ତ୍ରିପାଠୀ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍(ଏମ୍‌ସିଏଲ୍‌) କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କୋଇଲା ପରିବହନ ଓ ଟ୍ରାଫିକ୍ ସୁବିଧା କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ନିରୀକ୍ଷଣ ଓ ସମୀକ୍ଷା ବୈଠକରେ ପୂର୍ବତଟ ରେଳପଥ ମୁଖ୍ୟାଳୟ, ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳର ବରିଷ୍ଠ ରେଳ ଅଧିକାରୀ ଓ ଏମସିଏଲ୍‌ର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe