ବୁଢ଼ାପଙ୍କରେ ରେଳଧାରଣାରେ ତାର ଛିଣ୍ଡିଲା: ରେଳ ଚଳାଚଳ ବ୍ୟାହତ

Advertisment
ବୁଢ଼ାପଙ୍କରେ ରେଳଧାରଣାରେ ତାର ଛିଣ୍ଡିଲା: ରେଳ ଚଳାଚଳ ବ୍ୟାହତ

BBC.com

ଅନୁଗୁଳ : ଆଜି ସଂଧ୍ୟାରେ ପୁରୀରୁ ସମ୍ବଲପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ବୁଢ଼ାପଙ୍କରେ ଦୀର୍ଘ ସମୟ ଧରି ଅଟକି ରହିଥିଲା। ସଂଧ୍ୟା ପ୍ରାୟ ସାଢ଼େ ୭ଟାରେ ଟ୍ରେନ୍‌ ବୁଢ଼ାପଙ୍କ ଅତିକ୍ରମ କରୁଥିବା ସମୟରେ ଏକ ବିଦ୍ୟୁତ୍‌ ତାର ହଠାତ୍‌ ଛିଣ୍ଡି ପଡ଼ି ରେଳଧାରଣା ଉପରେ ପଡ଼ିଥିଲା। ଫଳରେ ଟ୍ରେନ୍‌ ଆଗକୁ ଯାଇନଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଟ୍ରେନ୍‌ଟି ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେବଳ ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ନୁହେଁ, ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍‌, ଅନୁଗୁଳ ମେମୁ ସମେତ ଏହି ରୁଟ୍‌ ଦେଇ ଚଳାଚଳ କରୁଥିବା ଅନ୍ୟ ଟ୍ରେନ୍‌ଗୁଡ଼ିକ ମଧ୍ୟ ରାତି ପର୍ଯ୍ୟନ୍ତ ଅନୁଗୁଳ ଓ ଢେଙ୍କାନାଳ ଆଦି ଷ୍ଟେସନରେ ଅଟକି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe