ରେଳ ବିଦ୍ୟୁତକରଣ ଅଫିସ ବେଙ୍ଗାଲୁରୁ ସ୍ଥାନାନ୍ତର ହେବା ପ୍ରସଙ୍ଗ : ଆଦର୍ଶ ଆଚରଣ ବିଧି ବେଳେ ଏପରି ନିଷ୍ପତ୍ତି ଦୁର୍ଭାଗ୍ୟଜନକ

Advertisment

ଓଡ଼ିଶା ବିରୋଧୀ ଆଭିମୁଖ୍ୟକୁ ନିନ୍ଦା କଲା ବିଜେଡି

ଓଡ଼ିଶା ବିରୋଧୀ ଆଭିମୁଖ୍ୟକୁ ନିନ୍ଦା କଲା ବିଜେଡି

ରେଳ ବିଦ୍ୟୁତକରଣ ଅଫିସ ବେଙ୍ଗାଲୁରୁ ସ୍ଥାନାନ୍ତର ହେବା ପ୍ରସଙ୍ଗ : ଆଦର୍ଶ ଆଚରଣ ବିଧି ବେଳେ ଏପରି ନିଷ୍ପତ୍ତି ଦୁର୍ଭାଗ୍ୟଜନକ

ଭୁବନେଶ୍ବର : ରେଳ ବିଦ୍ୟୁତକରଣ ଅଫିସ ଭୁବନେଶ୍ବରରୁ ବେଙ୍ଗାଲୁରୁ ସ୍ଥାନାନ୍ତର କରିବା ପ୍ରସଙ୍ଗରେ ରେଳ ବୋର୍ଡ଼ ନିଷ୍ପତ୍ତିକୁ ବିଜେଡି ନିନ୍ଦା କରିଛି। ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରେସ୍ ବିବୃତି ଜରିଆରେ ଜଣାଇଛନ୍ତି, ବିଜେପି ଓଡ଼ିଶାର ସ୍ବାର୍ଥ ଓ ବିକାଶ ବିରୋଧୀ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ପୂର୍ବତଟ ରେଳବାଇ ଡିଭିଜନଙ୍କୁ ବିଭାଜନ କରି ଦକ୍ଷିଣତଟ ରେଳବାଇ ସୃଷ୍ଟି କରିବା ପରେ ଏବେ ରେଳ ବିଦ୍ୟୁତକରଣ ଅଫିସକୁ ଭୁବନେଶ୍ବରରୁ ବେଙ୍ଗାଲୁରୁ ସ୍ଥାନାନ୍ତର କରିଛନ୍ତି। ଏହାଦ୍ବାରା ଓଡ଼ିଶାରେ ରେଳ ବିଦ୍ୟୁତକରଣ କାମ ଠପ୍ ହେବା ସହ ରେଳ ଅଗ୍ରଗତି କ୍ଷେତ୍ରରେ ଓଡ଼ିଶାକୁ ଆହୁରି ପଛକୁ ଠେଲିନେବ। ବିଜେପିର ଏଭଳି ଆଭିମୁଖ୍ୟ ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କ କଟା ଘା'ରେ ଚୂନ ମାରିବା ସଦୃଶ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ଏଭଳି କାର୍ଯ୍ୟ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମଙ୍ଗରାଜ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe