ପୁରୀରେ ବିଶ୍ବସ୍ତରୀୟ ରେଳ ଷ୍ଟେସନର ରୂପରେଖ ଦେଖାଇଲେ କେନ୍ଦ୍ର ରେଳମନ୍ତ୍ରୀ

Advertisment
ପୁରୀରେ ବିଶ୍ବସ୍ତରୀୟ ରେଳ ଷ୍ଟେସନର ରୂପରେଖ ଦେଖାଇଲେ କେନ୍ଦ୍ର ରେଳମନ୍ତ୍ରୀ

ପୁରୀ : ପୁରୀରେ ନିର୍ମାଣ ହେବାକୁ ଯାଉଥିବା  ବିଶ୍ବସ୍ତରୀୟ ରେଳଷ୍ଟେସନର ରୂପରେଖ ପ୍ରଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଏହି ଅବସରରେ ପ୍ରକଳ୍ପ ଉପରେ ଏକ ଫଟୋ  ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବିଜେପି ନେତା ଆଶ୍ରିତ ପଟ୍ଟନାୟକ ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀ ରେଳଷ୍ଟେନ୍ ବିଶ୍ବସ୍ତରୀୟ ରୂପ ଦିଆଯିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ରେଳସେବା କ୍ଷେତ୍ରରେ ପୁରୀ ଅନ୍ତର୍ଜାତୀୟ ଗମନାଗମନର ହେବ ପ୍ରାଣକେନ୍ଦ୍ର। ଦୈନିକ ପ୍ରାୟ ୨୦ହଜାର ରେଳ ଯାତ୍ରୀଙ୍କ ଗମନାଗମନର ମାର୍ଗ ପ୍ରଶସ୍ତ ହେବ। ଏହାଦ୍ବାରା କେବଳ ପର୍ଯ୍ୟଟକଙ୍କ ଗମନାଗମନ ସୁବିଧାର ମାର୍ଗ ପ୍ରଶସ୍ତ ହେବନି, ବାଣିଜ୍ୟିକ ଦୃଷ୍ଟିକୋଣରୁ ବି ରେଳ ବିଭାଗ ଲାଭବାନ ହୋଇପାରିବ। କର୍ମନିଯୁକ୍ତିର ବି ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ। ବଡ଼କଥା ହେଉଛି, ରେଳ ଷ୍ଟେସନର ନବନିର୍ମିତ କୋଠା ଘଣ୍ଟା ପ୍ରତି ୨୫୦ କିମି ବେଗର ପବନକୁ ପ୍ରତିହତ କରିବାର ସାମର୍ଥ୍ୟ ରଖିବ। ପିପିପି(ପବ୍ଲିକ୍-ପ୍ରାଇଭେଟ୍) ମୋଡରେ ଏହି କାର୍ଯ୍ୟ କରାଯିବ। ପୁରୀ ରେଳ ଷ୍ଟେସନକୁ ନେଇ ଏଭଳି ନୀଳ ନକ୍ସା ଆଙ୍କିଛି ରେଳ ମନ୍ତ୍ରାଳୟ। ପିପିପି ମୋଡରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୬୧.୫୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଇତିମଧ୍ୟରେ ଟେଣ୍ଡର(ଇପିସି) ଆହ୍ବାନ ସରିଥିବା ବେଳେ ଆସନ୍ତା ୨୩ ତାରିଖରେ ଟେଣ୍ଡର ପେପର ଖୋଲିବ ବୋଲି ରେଳ ବିଭାଗ ସୂତ୍ରରୁ ଜଣାପଡ଼ିଛି।

publive-image
ରେଳ ବିଭାଗ ସୂଚନା ମୁତାବକ, ପୂର୍ବତଟ ରେଳ ବିଭାଗର ଖୋର୍ଦ୍ଧା ରେଳ ଡିଭିଜନ୍ ଅଧୀନରେ ଥିବା ପୁରୀ ରେଳଷ୍ଟେସନ୍ ଏନ୍ଏସ୍ଜି-୨ ପର୍ଯ୍ୟାୟ ଷ୍ଟେସନ୍ ଅନ୍ତର୍ଭୁକ୍ତ। ପୁରୀ ରେଳ ଷ୍ଟେସନରେ ୮ଟି ପ୍ଲାଟଫର୍ମରେ ମେଲ୍, ଏକ୍ସପ୍ରେସ୍ ଓ ପାସେଞ୍ଜରକୁ ମିଶାଇ ଦୈନିକ ୫୨ଟି ଟ୍ରେନ୍ ଚଳାଚଳ କରୁଛି। ଐତିହାସିକ ଦୃଷ୍ଟିକୋଣରୁ ପୁରୀ ରେଳଷ୍ଟେସନ୍ ଏକ ବିଶ୍ବପରିଚିତ ସ୍ଥାନ ହୋଇଥିବାରୁ ଏଭଳି ବିକାଶର ପରିକଳ୍ପନା କରାଯାଇଛି। ରେଳ ଭୂମି ବିକାଶ ପ୍ରାଧିକରଣ(ଆରଏଲଡିଏ) ଏହି ବିକାଶ କାର୍ଯ୍ୟ ହାତକୁ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe