ଆର୍‌ଆର୍‌ବି ଏନ୍‌ଟିପିସି ସିବିଟି ଫଳାଫଳ ଆଶଙ୍କା ଦୂର ନେଇ ଜନସମ୍ପର୍କ ଶିବିର

Advertisment

ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନକରିବାକୁ ପ୍ରାର୍ଥୀଙ୍କୁ ରେଳମନ୍ତ୍ରୀଙ୍କ ନିବେଦନ

ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନକରିବାକୁ ପ୍ରାର୍ଥୀଙ୍କୁ ରେଳମନ୍ତ୍ରୀଙ୍କ ନିବେଦନ

ରେଳମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି: ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ନାଁରେ ନାମିତ ହେଉ ଖୋର୍ଦ୍ଧାରୋଡ୍‌ ରେଳ ଜଙ୍କସନ୍

ଭୁବନେଶ୍ବର : ରେଳବାଇ ଭର୍ତ୍ତି ବୋର୍ଡ (ଆରଆରବି) ଦ୍ୱାରା ଜାରି ହୋଇଥିବା ଅଣ ବୈଷୟିକ ଲୋକପ୍ରିୟ ବର୍ଗ (ଏନଟିପିସି)ର କେନ୍ଦ୍ରୀୟ ନିଯୁକ୍ତି ବିଜ୍ଞପ୍ତି ସମ୍ବନ୍ଧରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଶାୟୀ ପରୀକ୍ଷାର୍ଥୀମାନଙ୍କୁ ବେଆଇନ କାର୍ଯ୍ୟ ନକରିବାକୁ ନିବେଦନ କରିଛନ୍ତି। ଜାତୀୟ ଗଣମାଧ୍ୟମ ମାନଙ୍କରେ ଆଲୋଚନାରେ ଭାଗନେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଆରଆରବି ପରୀକ୍ଷାଗୁଡ଼ିକ ସ୍ୱଚ୍ଛ ଓ ନିର୍ମଳ ଭାବରେ ପରିଚାଳିତ ହୋଇଛି। ମାତ୍ର ରେଳବାଇରେ ନିଯୁକ୍ତି ପାଇଁ ଆଶାୟୀ ପରୀକ୍ଷାର୍ଥୀମାନେ କେତେକ ସ୍ଥାନରେ ରେଳ ଟ୍ରାକରେ ବିରୋଧ କରିବା, ଟ୍ରେନ୍ ଚଳାଚଳ ବ୍ୟାହତ କରିବା, ରେଳବାଇର ସମ୍ପତ୍ତି ନଷ୍ଟ କରିବା ଇତ୍ୟାଦି କାର୍ଯ୍ୟରେ ଲିପ୍ତ ରହିଥିବା ନଜରକୁ ଆସିଛି। ଆଶାୟୀ ପରୀକ୍ଷାର୍ଥୀ ମାନେ ଭୁଲ୍ ମାର୍ଗରେ ନ ଯିବାକୁ କିମ୍ବା ଭ୍ରମ ସୃଷ୍ଟି କରୁଥିବା କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀଙ୍କ ପ୍ରଭାବରେ ନଆସିବାକୁ ରେଳମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ରେଳାବାଇରେ ନିଯୁକ୍ତି ପାଇଁ ଆଶାୟୀ ପରୀକ୍ଷାର୍ଥୀମାନଙ୍କ ଆଶଙ୍କାକୁ ବିଚାରକୁ ନେଇ ରେଳମନ୍ତ୍ରୀ ରେଲୱେ ବୋର୍ଡ ଏବଂ ଜୋନାଲ ରେଳବାଇର ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କୁ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ଯାହାଦ୍ୱାରା ୨୦୨୨ ଜାନୁଆରି ୧୪ ଓ ୧୫ ତାରିଖରେ ପ୍ରକାଶିତ ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି-୧) ଫଳାଫଳକୁ ନେଇ ଆଶାୟୀ ପରୀକ୍ଷାର୍ଥୀମାନେ ଉଠାଇଥିବା ଚିନ୍ତା ଏବଂ ସନ୍ଦେହ ଉପରେ ଦୃଷ୍ଟି ରଖାଯାଇପାରିବ।

ଉପରୋକ୍ତ ବିଷୟଗୁଡ଼ିକ ଆଧାରରେ ପୂର୍ବତଟ ରେଳପଥ ଏକ ଜନସମ୍ପର୍କ ଶିବିର ଗଠନ କରିଛି। ଯାହା ରେଳବାଇ ଭର୍ତ୍ତି ବୋର୍ଡ ଗୁଡ଼ିକର ଅଣ ବୈଷୟିକ ଲୋକପ୍ରିୟ ବର୍ଗ (ଏନଟିପିସି)ର କେନ୍ଦ୍ରୀୟ ନିଯୁକ୍ତି ବିଜ୍ଞପ୍ତି ସିଇଏନ୦୧/୨୦୧୯ର ପ୍ରଥମ ପର୍ଯ୍ୟାୟ ସିବିଟିର ଫଳାଫଳକୁ ନେଇ ପ୍ରାର୍ଥୀମାନଙ୍କ ଦ୍ୱାରା ଉଠାଯାଇଥିବା ଚିନ୍ତା ଏବଂ ସନ୍ଦେହକୁ ପରଖିବା ପାଇଁ ଉଚ୍ଚସ୍ତରୀୟ କମିଟି ଦ୍ୱାରା ଅସୁବିଧା ଦୂର କରାଯାଇ ପାରିବ।

ଏହି ଉଚ୍ଚସ୍ତରୀୟ କମିଟି ମାଧ୍ୟମରେ ପରୀକ୍ଷାର୍ଥୀମାନଙ୍କ ଦ୍ୱାରା ଦର୍ଶାଯାଇଥିବା ପ୍ରସଙ୍ଗକୁ ଗ୍ରହଣ ଏବଂ ସୁପାରିଶ କରାଯିବ। ପ୍ରତ୍ୟେକ ରେଳମଣ୍ଡଳରେ ଏବଂ ଭୁବନେଶ୍ୱର ଠାରେ ଜନସମ୍ପର୍କ ଶିବିର ଖୋଲାଯାଇଛି। ଯେଉଁଠାରେ ଆଶାୟୀ ପ୍ରାର୍ଥୀମାନେ ଆସି ସେମାନଙ୍କ ଅଭିଯୋଗ ପଞ୍ଜୀକରଣ କରିପାରିବେ। ଏହାଛଡ଼ା ପ୍ରାର୍ଥୀମାନେ ସେମାନଙ୍କର ଅଭିଯୋଗ ଓ ପରାମର୍ଶକୁ rrbcommite@railnet.gov.in ଠିକଣାରେ ମଧ୍ୟ ଇ-ମେଲ୍‌ କରିପାରିବେ। ରେଳବାଇ ଭର୍ତ୍ତି ବୋର୍ଡ ଗୁଡ଼ିକର ସମସ୍ତ ଅଧ୍ୟକ୍ଷମାନଙ୍କୁ ମଧ୍ୟ ପ୍ରାର୍ଥୀଙ୍କ ଅଭିଯୋଗ ଗ୍ରହଣ କରି କମିଟିକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାର୍ଥୀମାନଙ୍କୁ ସେମାନଙ୍କର ଅଭିଯୋଗ ବା ପରାମର୍ଶ ଦାଖଲ କରିବାକୁ ଫେବ୍ରୁଆରି ୧୬ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଅଭିଯୋଗ ଗୁଡ଼ିକର ଯାଞ୍ଚ କରିବା ପରେ କମିଟି ଆସନ୍ତା ମାର୍ଚ୍ଚ ୪ ତାରିଖ ସୁଦ୍ଧା ସେମାନଙ୍କ ସୁପାରିଶ ଦାଖଲ କରିବେ।

ଅପରପକ୍ଷରେ ଆସନ୍ତା ଫେବ୍ରୁଆରି ୧୫ ତାରିଖଠାରୁ ଆରମ୍ଭ ହେବାକୁ ଥିବା ସିଇଏନ୦୧/୨୦୧୯ (ଏନଟିପିସି)ର ଦ୍ୱିତୀୟ ପର୍ଯ୍ୟାୟ କମ୍ପୁଟରୀକୃତ ପରୀକ୍ଷା ଏବଂ ଫେବ୍ରୁଆରି ୨୩ ଠାରୁ ଆରମ୍ଭ ହେବାକୁ ଥିବା ସିଇଏନ ଆରଆରସି ୦୧/୨୦୧୯ର ପ୍ରଥମ ପର୍ଯ୍ୟାୟ କମ୍ପୁଟରୀକୃତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe