ଝାରସୁଗୁଡା ରେଳ ଷ୍ଟେସନରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ଯାଞ୍ଚ କଲେ ରେଳମନ୍ତ୍ରୀ

ଝାରସୁଗୁଡା ରେଳ ଷ୍ଟେସନରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ଯାଞ୍ଚ କଲେ ରେଳମନ୍ତ୍ରୀ

ଝାରସୁଗୁଡ଼ା: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳେ ଝାରସୁଗୁଡା ଷ୍ଟେସନ ପରିଦର୍ଶନ ସମୟରେ ଟ୍ରେନ ଚଳାଚଳ ସମ୍ବନ୍ଧୀୟ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ଯାଞ୍ଚ କରିଛନ୍ତି। ସେ ମଧ୍ୟ ଅନେକ ଯାତ୍ରୀ ସୁବିଧା ନୀରିକ୍ଷଣ କରିବା ସହିତ ଆବଶ୍ୟକୀୟ ଯାତ୍ରୀ ସୁବିଧା ଉପଲବ୍ଧ କରାଇବାପାଇଁ ପରାମର୍ଶ ଦେଇଛନ୍ତି। ଦକ୍ଷିଣ ପୂର୍ବ ଏବଂ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କ ସହିତ ଉଭୟ ରେଳପଥର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ |

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ସକାଳ ସାଢ଼େ ୯ ଟାରେ ଝାରସୁଗୁଡ଼ା ରେଳ ଷ୍ଟେସନକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ପ୍ଲାଟଫର୍ମରେ ବୁଲିବା ସହିତ ସେଠାରେ ଏକ ଟିଷ୍ଟଲରେ ଚା’ ପିଇବା ସହିତ ବିସ୍କୁଟ ଖାଇଥିଲେ। ଚା ଦେକାନୀ ସହିତ ଟ୍ରେନ୍ ଯାତାୟତ , ବିକ୍ରିବଟା ନେଇ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ। ଏହାପରେ ସେ ଟ୍ରେନ୍ ଷ୍ଟେସନର ଥିବା ବିଭିନ୍ନ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ସିଗନାଲ କ୍ୟାବିନ ପରିଦର୍ଶନ କରିଥିଲେ। ଝାରସୁଗୁଡ଼ା ରେଲୱେ ମ୍ୟାପ ଦେଖିବା ସହିତ ରାଜ୍ୟର ଏହି ସର୍ବପୁରାତନ ଷ୍ଟେସନର ନିର୍ମାଗଣ ଶୈଳୀକୁ ପାଖରୁ ଦେଖିଥିଲେ। ଷ୍ଟେସନରେ ଥିବା କୁଲି ମାନେ ମନ୍ତ୍ରୀଙ୍କୁ ତାଙ୍କର ବିଭିନ୍ନ ସମସ୍ୟା ଜଣାଇଥିଲେ। ମନ୍ତ୍ରୀଙ୍କ ସହିତ ଷ୍ଟେସନ ମ୍ୟାନେଜର ବିଭିନ୍ନ ଅଧିକାରୀ ଏବଂ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ଦିନେଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe