ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ରେଳମନ୍ତ୍ରୀ

Advertisment
ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ରେଳମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ୬ଟି ନୂତନ ରେଳ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଅବଗତ କରାଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏସବୁ ପ୍ରକଳ୍ପ ଓଡ଼ିଶାରେ ଗମନାଗମନ ସଂଯୋଗରେ ବୈପ୍ଲବିକ ପରିବର୍ତ୍ତନ ଆଣିବ। ପୂର୍ବରୁ ସଂଯୋଗ ହୋଇ ନ ଥିବା ଅଞ୍ଚଳଗୁଡ଼ିକୁ ରେଳ ସଂଯୋଗ ଦ୍ୱାରା ପରିବହନ ନେଟୱାର୍କ ସୁଗମ ହେବ। ଶିଳ୍ପ ଅଭିବୃଦ୍ଧି ପାଇଁ ମଧ୍ୟ ଅନୁକୂଳ ପରିବେଶ ସୃଷ୍ଟି ହେବ।

ଉଲ୍ଲେଖଥାଉକି, ରାୟଗଡା ଜିଲ୍ଲାରେ ଗୁଣୁପୁର-ଥେରୁବାଲି ୭୩.୬୨ କିମି ନୂତନ ରେଳ ଲାଇନ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଜୁନାଗଡ଼ ରୋଡ୍-ନବରଙ୍ଗପୁର ୧୧୬.୨୧ କିମି ନୂତନ ଲାଇନ, ଓଡ଼ିଶାର ମାଲକାନଗିରି ଜିଲ୍ଲା, ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଓ ତେଲେଙ୍ଗାନାର ଭଦ୍ରାଡ୍ରି କୋଥାଗୁଡେମ୍ ଜିଲ୍ଲା ଦେଇ ମାଲକାନଗିରି-ପଣ୍ଡୁରଙ୍ଗପୁରମ୍(ଭଦ୍ରାଚାଳମ୍ ମାର୍ଗ ଦେଇ) ୧୭୩.୬୧ କିମି ରେଳ ଲାଇନ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼-କେନ୍ଦୁଝରଗଡ ୮୨.୦୬ କିମି ରେଳ ଲାଇନ, ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି-ଗୋରୁମୂହାସିନି ୮୫.୬୦ କିମି ରେଳ ପ୍ରକଳ୍ପ, ଓଡ଼ିଶାର ମୟୂରଭଞ୍ଜ, ଝାଡଖଣ୍ଡର ପୂର୍ବ ସିଂହଭୂମି ଓ ପଶ୍ଚିମବଙ୍ଗର ଝାରଗ୍ରାମରେ ବୁଢାମରା-ଚାକୁଳିଆ ୫୯.୯୬ କିମି ନୂତନ ଲାଇନ ନିର୍ମାଣ ହେବ। ଏହାଦ୍ବାରା ପ୍ରାୟ ୩ କୋଟି ମାନବ-ଦିନ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ। ଓଡ଼ିଶାର ରେଳ ଭିତ୍ତିଭୂମିରେ ୧ ଲକ୍ଷ କୋଟି ପୁଞ୍ଜି ବିନିଯୋଗ କରିବାକୁ ସରକାରଙ୍କ ଉଚ୍ଚାଭିଳାଷୀ ଯୋଜନା ଅଟେ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ପୂର୍ବରୁ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ଅଧୀନରେ ୬୪ଟି ନୂତନ ଷ୍ଟେସନ୍ ନିର୍ମାଣ, ୬ଟି ଆକାଂକ୍ଷା(ପୂର୍ବ ସିଂହଭୂମି, ଭଦ୍ରାଦ୍ରୀ କୋଥାଗୁଡେମ୍, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା) ଜିଲ୍ଲା ସଂଯୋଗ ବୃଦ୍ଧି କରାଯାଇ ପ୍ରାୟ ୫୧୦ଟି ଗାଁ ଅନ୍ତର୍ଭୁକ୍ତ ହେଉଛି। ପ୍ରାୟ ୪୦ ଲକ୍ଷ ଜନସଂଖ୍ୟା ଉପକୃତ ହେବେ ବୋଲି ପରିକଳ୍ପନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe