ରେଳମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଆଜି

Advertisment
ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀ ବୈଠକରେ ଭାଗ ନେଲେ ଅଶ୍ୱିନୀ

Zee Business

ଭୁବନେଶ୍ବର : ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଅପରାହ୍ଣରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ ନିରୀକ୍ଷଣ କରିବା ସହିତ ମହିପୁର-ନୂଆଗାଁ ରୋଡ ରେଳ ସେକ୍ସନର ଶୁଭାରମ୍ଭ କରିବେ। ଭୁବନେଶ୍ୱର-ମହିପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେସାଲ୍ ଟ୍ରେନ(୦୮୪୨୯/୦୮୪୩୦)ର ନୂଆଗାଁ ରୋଡ୍ ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭାରମ୍ଭ କରାଇବେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, ବିଧାୟକ ରାଜେନ୍ଦ୍ର କୁମାର ସାହୁ, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେବେ।

ସନ୍ଧ୍ୟାରେ ଖୋର୍ଦ୍ଧାରୋଡ୍ ନୂତନ ଷ୍ଟେସନ୍ ବିଲ୍‌ଡିଂ ଉଦ୍‌ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁରେଶ କୁମାର ରାଉତରାୟ, ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଖୋର୍ଦ୍ଧାରୋଡ-ପୁରୀ ରେଳ ସେକ୍ସନ ଯାଞ୍ଚ କରିବା ସହିତ ପୁରୀ ଷ୍ଟେସନଠାରେ ରଥଯାତ୍ରା ପାଇଁ ବିଭିନ୍ନ ଯାତ୍ରୀ ସୁବିଧାର ଶୁଭାରମ୍ଭ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe