ରେଳବାଇ କ୍ବାର୍ଟର୍ସ ପଛପଟୁ ମୂଲ୍ୟବାନ କାଠ ଜବତ ଘଟଣା: ଜେଲ୍‌ ଗଲେ ତୁରେକେଲା ଷ୍ଟେସନମାଷ୍ଟର

Advertisment
ରେଳବାଇ କ୍ବାର୍ଟର୍ସ ପଛପଟୁ ମୂଲ୍ୟବାନ କାଠ ଜବତ ଘଟଣା: ଜେଲ୍‌ ଗଲେ ତୁରେକେଲା ଷ୍ଟେସନମାଷ୍ଟର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ରେଳବାଇ କ୍ବାର୍ଟର୍ସ ପଛପଟୁ ମୂଲ୍ୟବାନ କାଠ ଜବତ ଘଟଣାରେ ଷ୍ଟେସନମାଷ୍ଟର ଧର୍ମେନ୍ଦ୍ର କଶ୍ୟପ ଜେଲ୍‌ ଯାଇଛନ୍ତି। ପୂର୍ବରୁ ଏହି ଘଟଣାରେ ଦୁଇ ଜଣ କାଠ ମିସ୍ତ୍ରି ମହନିଲହ ଗାଁର ଫକିର ମୋହନ ଏବଂ ରାଉତମୁଣ୍ଡା ଗାଁର ନୂଆଁ ଛତ୍ରିଆ ଗିରଫ ହୋଇଥିଲେ।

ସୂଚନା ଅନୁସାରେ, ଗତ ୧୩ ତାରିଖ ଦିନ କଣ୍ଟାବାଞ୍ଜି ବନ ବିଭାଗ ତୁରେକେଲା ରେଳ ଷ୍ଟେସନ ପାଖରେ ଚଢ଼ଉ କରି ୧୭ଟି ସାଗୁଆନ ଗଣ୍ଡି, ୪ ଖଣ୍ଡ ସାଇଜ କାଠ ସହ ଅନ୍ୟ କାଠ ଜବତ କରିଥିଲା। ଘଟଣାସ୍ଥଳରୁ କାମ କରୁଥିବା ୨ ମିସ୍ତ୍ରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ତୁରେକେଲା ରେଳ ଷ୍ଟେସନ୍‌ମାଷ୍ଟର ଶ୍ରୀ କଶ୍ୟପଙ୍କୁ ବନ ବିଭାଗ ପଚରାଉଚରା କରିଥିଲା। ସେ ଷ୍ଟେସନ୍ ପାଖରେ ଥିବା ନିଜ କ୍ବାର୍ଟର୍ସ ପଛପଟେ କାଠ କାମ କରାଉଥିବା ସ୍ୱୀକାର କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ସୋମବାର ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ଫରେଷ୍ଟର ନୃତମଣି ମହାନନ୍ଦ କହିଛନ୍ତି। ଷ୍ଟେସନମାଷ୍ଟର ଅନେକ ଦିନରୁ ବେଆଇନ କାଠ ଚାଲାଣ କରୁଥିବା ବନ ବିଭାଗ ସନ୍ଦେହ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe