ଚାଇନିଜ୍ ସଫ୍ଟୱେୟାର୍‌ରେ ରେଳ ଟିକଟ୍ ! ଇଞ୍ଜିନିୟର୍‌ ଗିରଫ; ୭୦ ହଜାର ଟଙ୍କାର ତତ୍କାଳ ଟିକଟ ଜବତ

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

କଟକ : ଚାଇନିଜ୍ ଆପ୍ଲିକେସନ୍ ମାଧ୍ୟମରେ ତତ୍କାଳ ଟିକଟ୍ ପ୍ରସ୍ତୁତ କରୁଥିବା ଏକ ରାକେଟକୁ ଆର୍‌ପିଏଫ୍ ଥାନା ଠାବ କରିଛି। ମାହାଙ୍ଗାର ଜଣେ ଇଞ୍ଜିନିୟର ମାନସ ରଞ୍ଜନ ସାହୁ(୩୪)ଙ୍କୁ ଗିରଫ କରାଯାଇଛି। ସେ ଇଞ୍ଜିନିୟରିଂ ଛାଡ଼ି ମେଡିସିନ୍ ରିପ୍ରେଜେଣ୍ଟେଟିଭ୍ ଭାବେ କାମ କରୁଥିଲେ। ଅଧିକ ଲାଭ ଆଶାରେ ଏଭଳି ଜାଲି କାରବାରରେ ସାମିଲ ହୋଇଥିବା ଆର୍‌ପିଏଫ୍ ତଦନ୍ତରୁ ଜାଣିବାକୁ ପାଇଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ମାନସ ଦୀର୍ଘଦିନ ହେବ ‘ନେକ୍ସସ୍ ସପ୍ଟୱେୟାର୍‌’ ମାଧ୍ୟମରେ ଏହି ଇ-ଟିକଟ୍ ପ୍ରସ୍ତୁତ କରୁଥିଲେ। ତତ୍କାଳ ଟିକଟ୍ ଏହି ସପ୍ଟୱେୟାର ମାଧ୍ୟମରେ ପ୍ରସ୍ତୁତ ହେଉଥିଲା। ବେଙ୍ଗାଲୁରୁରୁ ୪୫ ହଜାର ଟଙ୍କା ମୂଲ୍ୟରେ ମାନସ ଏହି ସପ୍ଟୱେୟାର୍‌ କିଣିଥିଲେ। ୧୬ଟି ତତ୍କାଳ ଟିକଟ କିଣିବାକୁ ଏକ ମିନିଟ୍ ସମୟ ଲାଗୁଥିବା ବେଳେ ଗୋଟିଏ ସେକେଣ୍ଡରେ ଏହି ସପ୍ଟରୱେୟାର ମାଧ୍ୟମରେ ମାନସ ଟିକଟ ପ୍ରସ୍ତୁତ କରୁଥିଲେ। ଆଇଆର୍‌ସିଟିସି ୱେବ୍‌ସାଇଟ୍‌ରେ ତତ୍କାଳ ଟିକଟ୍ କିଣିବା ପାଇଁ ଥିବା ବ୍ୟବସ୍ଥାକୁ ବାଇପାସ୍ କରି ଏହି ଚାଇନିଜ୍ ଆପ୍ଲିକେସନ୍ ମାଧ୍ୟମରେ ଟିକଟ୍ ପ୍ରସ୍ତୁତ କରୁଥିଲେ। ମାନସ ୩୭ ଜଣ ବ୍ୟକ୍ତିଙ୍କ ନାଁରେ ଥିବା ପରିଚୟ ପତ୍ର ବ୍ୟବହାର କରିଥିଲେ। ଏହି ସମସ୍ତ ପରିଚୟପତ୍ର ଆଇଆର୍‌ସିଟିସି ଦ୍ବାରା ବ୍ଲକ୍‌ ହୋଇଛି।

ଆର୍‌ପିଏଫ୍ ପକ୍ଷରୁ ଗଲା ୫ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ, ଆର୍‌ପିଏଫ୍ ଅଧିକାରୀ ଅଭିଯୁକ୍ତ ମାନସଙ୍କ ମାହାଙ୍ଗାରେ ଥିବା କମନ୍ ସର୍ଭିସ ସେଣ୍ଟର୍‌ରେ ଚଢ଼ଉ କରିଥିଲେ। ସେଠୁ ୩୪ଟି ରିଜର୍ଭେସନ୍ ଇ-ଟିକଟ୍ ଜବତ ହୋଇଛି। ଜବତ ହୋଇଥିବା ଟିକଟ୍‌ର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଉଛି। ମାନସଙ୍କ ନିକଟରୁ ପୁଲିସ ଇ-ଟିକଟ୍ ସମେତ ଲାପଟପ୍, ହାର୍ଡ ଡିସ୍କ, ମୋବାଇଲ୍ ଫୋନ୍ ଇତ୍ୟାଦି ଜବତ କରିଛି। ତେବେ, ଏହି ସପ୍ଟୱେୟାର ପ୍ରସ୍ତୁତକାରୀ ସଂସ୍ଥା ଓ ଚାଲାଣକାରୀ ସଂସ୍ଥାକୁ ଆର୍‌ପିଏଫ୍ ତଦନ୍ତ ପରିସରଭୁକ୍ତ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe