ପଣ୍ୟ ପରିବହନ ପାଇଁ ରେଳବାଇ ଦେବ ରିହାତି

Advertisment
ପଣ୍ୟ ପରିବହନ ପାଇଁ ରେଳବାଇ ଦେବ ରିହାତି

YouTube

ଭୁବନେଶ୍ବର : ଏବେ ଟ୍ରେନ୍‌ରେ ଯାତ୍ରୀ ହେଉନଥିବାରୁ ବିଭିନ୍ନ ରୁଟ୍‌ରେ ଟ୍ରେନ୍ ଚଳାଚଳ ବାତିଲ୍‌ ହେଉଛି। କେବଳ ଯାତ୍ରୀ ନୁହେଁ, ବହୁ କଳ କାରଖାନା, ବଡ଼ ବଡ଼ ବ୍ୟବସାୟୀଙ୍କ ଉପରେ କରୋନା ପ୍ରଭାବ ପଡ଼ିଥିବାରୁ ସେମାନେ ବି ଅଧିକ ମାଲ୍‌ ଆଣୁନାହାନ୍ତି। ତେଣୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ପଣ୍ୟ ପରିବହନ କ୍ଷେତ୍ରରେ ନୂତନ ପ୍ରୋତ୍ସାହନ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ସ୍ୱଳ୍ପ ଓ ଅଧିକ ଦୂରତ୍ୱ ପଣ୍ୟ ପରିବହନ କ୍ଷେତ୍ରରେ ପଣ୍ୟ ଭଡ଼ାରେ ରିହାତି ଦେବାକୁ ନିଷ୍ପତ୍ତି ହୋଇଛି।

ପୂର୍ବତଟ ରେଳପଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ ଦ୍ରବ୍ୟ ପରିବହନ, ରେଳବାଇ ସରଞ୍ଜାମ ଏବଂ କଣ୍ଟେନର ପରିବହନ ବ୍ୟତୀତ ସ୍ୱଳ୍ପ ଦୂରତା ପାଇଁ ଅନ୍ୟାନ୍ୟ ପଣ୍ୟ ପରିବହନ ପାଇଁ ୫୦ କିମି ପର୍ଯ୍ୟନ୍ତ ୫୦% ରିହାତି କରାଯାଇଥିବା ବେଳେ ୫୧କିମିରୁ ୭୫ କିମି ପର୍ଯ୍ୟନ୍ତ ଦୂରତ୍ୱ ପଣ୍ୟ ପରିବହନ ପାଇଁ ୨୫% ରିହାତି ଏବଂ ୭୬କିମିରୁ ୯୦ କିମି ପର୍ଯ୍ୟନ୍ତ ପଣ୍ୟ ପରିବହନ ପାଇଁ ୧୦% ରିହାତି ଘୋଷଣା କରାଯାଇଛି। ହେଲେ ୯୧ କିମିରୁ ୧୦୦କିମି ଦୂରତ୍ୱ ପାଇଁ ପଣ୍ୟ ପରିବହନ ଦେୟ ଅପରିବର୍ତ୍ତିତ ରହିବ। ଏହି ରିହାତି ୨୦୨୦ ଜୁଲାଇ ୧ରୁ ଜୁନ୍‌ ୩୦, ୨୦୨୧ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଏହାବ୍ୟତୀତ ଅନ୍ୟ କୌଣସି ରିହାତି ଲାଗୁ ହେବ ନାହିଁ। କେବଳ ଦେଶର ପୂର୍ବୋତ୍ତର କ୍ଷେତ୍ରକୁ ଏବଂ ଏହାର ପରିସୀମା ମଧ୍ୟରୁ ପଣ୍ୟ ପରିବହନ ପାଇଁ ୬% ରିହାତି ଲାଗୁ କରାଯିବ।

ସୂଚନାଯୋଗ୍ୟ ଯେ ପୂର୍ବରୁ ସ୍ୱଳ୍ପ ଦୂରଗାମୀ ପଣ୍ୟ ପରିବହନ ପାଇଁ ଅତି କମ୍‌ରେ ୧୦୦କିମି ପର୍ଯ୍ୟନ୍ତ ପରିବହନ ବାବଦ‌ରେ ଭଡ଼ା ଧାର୍ଯ୍ୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe