ସିବିଆଇ ଜାଲରେ ରେଲୱେ ଟ୍ରାଭେଲିଂ ଇନ୍ସପେକ୍ଟର

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ୧ କୋଟି ୧୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ୧ କୋଟି ୧୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ

ସିବିଆଇ ଜାଲରେ ରେଲୱେ ଟ୍ରାଭେଲିଂ ଇନ୍ସପେକ୍ଟର

ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତଟ ରେଲୱେ ଆକାଉଣ୍ଟସ ବିଭାଗର ବରିଷ୍ଠ ଟ୍ରାଭେଲିଂ ଇନ୍ସପେକ୍ଟର ରବି ନାରାୟଣ ରଥ ସିବିଆଇ ଜାଲରେ ପଡ଼ିଛନ୍ତି। ରବି ନାରାୟଣଙ୍କ ଅଫିସ, କୋଳଥିଆସ୍ଥିତ ବୃନ୍ଦାବନ ଗାର୍ଡେନରେ ଥିବା ଘର ସମେତ ୪ଟି ଜାଗାରେ ଚଢ଼ଉ କରିଛି ସିବିଆଇ। ଚଢ଼ଉ ବେଳେ କୋଟିଏରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି।

ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରବି ନାରାୟଣଙ୍କ ବିରୋଧରେ ହେରାଫେରି ଅଭିଯୋଗ ଆସିଥିଲା। ଏହା ପରେ ସର୍ଚ୍ଚ ଵାରେଣ୍ଟ ବଳରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ୨୦୦୬ ଏପ୍ରିଲ ୧ ତାରିଖରୁ ୨୦୨୦ ନଭେମ୍ବର ୩୦ ତାରିଖ ଭିତରେ ରବି ନାରାୟଣଙ୍କ ବିଭିନ୍ନ ସାମଗ୍ରୀ କିଣା, ଆସବାବପତ୍ର, ଋଣ ପରିଶୋଧ, ବିଭିନ୍ନ ଖର୍ଚ୍ଚ ବାବଦରେ ୯୬ ଲକ୍ଷ ୧୧ ହଜାର ୮୦୨ ଟଙ୍କା ଖର୍ଚ୍ଚ ହୋଇଛି। ଏହାବାଦ୍ ଏହି ସମୟ ମଧ୍ୟରେ ତାଙ୍କର ୧ କୋଟି ୧୯ ଲକ୍ଷ ୧୯ ହଜାର ୫୮୫ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ଯାହା ତାଙ୍କ ଆୟ ଠାରୁ ପ୍ରାୟ ୭୧ ପ୍ରତିଶତ ଅଧିକ। ଏହି ସମ୍ପତ୍ତି ଭିତରେ ଭୁବନେଶ୍ବରରେ କୋଠା, ବ୍ୟାଙ୍କ ଆକାଉଣ୍ଟ, ସୁନା ଅଳଙ୍କାର ଆଦି ରହିଥିବା ଜଣାପଡ଼ିଛି। ଏ ନେଇ ଭୁବନେଶ୍ବର ସିବିଆଇ ଶାଖାରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe