ସର୍ଲାରେ ହେବ ୱାଗନ୍‌ ମରାମତି କେନ୍ଦ୍ର: ୯୦ କୋଟିର ବଜେଟ ଚୂଡ଼ାନ୍ତ

ସର୍ଲାରେ ହେବ ୱାଗନ୍‌ ମରାମତି କେନ୍ଦ୍ର: ୯୦ କୋଟିର ବଜେଟ ଚୂଡ଼ାନ୍ତ

railwaysreview.com

ସମ୍ବଲପୁର : ସମ୍ବଲପୁର ସର୍ଲା ରେଳ ଷ୍ଟେସନରେ ହେବ ୱାଗନ୍‌ ମରାମତି କେନ୍ଦ୍ର। ଏଥିପାଇଁ ୯୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇସାରିଥିବା କହିଛନ୍ତି ଡିଆରଏମ୍‌ ଜୟଦୀପ ଗୁପ୍ତା। ଏଥିପାଇଁ ଜମି ଚିହ୍ନଟ ମଧ୍ୟ ହୋଇ ସାରିଛି। ପୂର୍ବରୁ ମାନେଶ୍ବର ରେଳ ଷ୍ଟେସନରେ ୱାଗନ୍‌ ମରାମତି କାରଖାନା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଅଟକଳ ୪୬.୧୬ କୋଟି ଟଙ୍କା ଅଟକଳ ରଖାଯାଇ ଥିଲା। ପରବର୍ତ୍ତୀ ସମୟରେ ଏହାର ସ୍ଥାନ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି। ୧୪ ଶହ ମିଟର ଦୈର୍ଘ୍ୟ ଏବଂ ୫୬ ମିଟର ପ୍ରସ୍ଥର ସର୍ଲା ପ୍ରକଳ୍ପ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ। ଏଠାରେ ମାସକୁ ୧୦୦ ୱାଗନ୍‌ ମରାମତିର କ୍ଷମତା ରହିବ। ଏଥି ଯୋଗୁଁ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ୨୦୦ ଜଣ ନିଯୁକ୍ତି ପାଇବେ ବୋଲି ଆକଳନ କରାଯାଉଛି। ସମ୍ବଲପୁର ସ୍ଥିତ ବେଦାନ୍ତ ଏବଂ ଆଲୁମିନିୟମ କାରଖାନାକୁ ଦୃଷ୍ଟିରେ ରଖି ସମ୍ବଲପୁର-ଝାରସୁଗୁଡ଼ା ରେଳପଥରେ ୱାଗନ୍‌ ମରାମତି କାରଖାନାର ଆବଶ୍ୟକତା ଅନୁଭବ କରାଯାଉ ଥିଲା। ମାନେଶ୍ବର ରେଳ ଷ୍ଟେସନ ସମ୍ବଲପୁର-ଅନୁଗୁଳ ରେଳପଥରେ ରହିଥିବାରୁ ସ୍ଥାନ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe