ସମ୍ପ୍ରସାରିତ ହେବ ୬ ଯୋଡ଼ା ଟ୍ରେନ

ସମ୍ପ୍ରସାରିତ ହେବ ୬ ଯୋଡ଼ା ଟ୍ରେନ

ଭୁବନେଶ୍ବର : ରେଳଯାତ୍ରୀମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥ ମଧ୍ୟ ଦେଇ ଚାଲୁଥିବା, ଏହା ପରିସୀମା ମଧ୍ୟରୁ ଛାଡୁଥିବା ଏବଂ ଚଳାଚଳ କରୁଥିବା ୬ ଯୋଡ଼ା ଟ୍ରେନ୍‌ ସେବାକୁ ସମ୍ପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଉରକେଲା-କୋରାପୁଟ-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ(୧୮୧୦୭/୧୮୧୦୮)କୁ ଜଗଦଳପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବାକୁ ସ୍ଥିର ହୋଇଥିବା ବେଳେ ହାୱଡ଼ା-ବିଜୟୱାଡା-ହାୱଡ଼ା ହମସଫର ଏକ୍ସପ୍ରେସ(୨୨୮୮୯/୨୨୮୯୦) ତିରୁପତିକୁ, ଭିଲୁପୁରମ-ଖଡ଼ଗପୁର-ଭିଲୁପୁରମ ଏକ୍ସପ୍ରେସ (୧୨୬୦୪/୧୨୬୦୩)କୁ ପୁରୁଲିଆକୁ, ପୁରୀ-ବଡ଼ବିଲ-ପୁରୀ ଏକ୍ସପ୍ରେସ (୧୮୪୧୫/୧୮୪୧୬) କୁ ରାଉରକେଲାକୁ, କଟକ-ବ୍ରହ୍ମପୁର-କଟକ ମେମୁ(୬୮୪୩୩/୬୮୪୩୪)କୁ ଇଚ୍ଛାପୁର ପର୍ଯ୍ୟନ୍ତ ଓ ବିଶାଖାପାଟଣା-ପଲାସା-ବିଶାଖାପାଟଣା ପାସେଞ୍ଜର (୫୮୫୨୬/୫୮୫୨୫)କୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବାକୁ ସ୍ଥିର ହୋଇଛି।

କଟକ-ବ୍ରହ୍ମପୁର-କଟକ ମେମୁ ଓ ବିଶାଖାପାଟଣା-ପଲାସା-ବିଶାଖାପାଟଣା ପାସେଞ୍ଜରର ସମ୍ପ୍ରସାରଣ ଆସନ୍ତା‌ ୨୬ ତାରିଖଠାରୁ ଧାର୍ଯ୍ୟ କରାଯାଉଥିବା ବେଳେ ରାଉରକେଲା-କୋରାପୁଟ ଏକ୍ସପ୍ରେସ, ହାଓଡ଼ା-ବିଜୟୱାଡା ହମସଫର ଏକ୍ସପ୍ରେସ, ଭିଲୁପୁରମ-ଖଡ଼ଗପୁର ଏକ୍ସପ୍ରେସ ଓ ପୁରୀ-ବଡ଼ବିଲ ଏକ୍ସପ୍ରେସର ସମ୍ପ୍ରସାରଣ କୁ ପର୍ଯ୍ୟାୟକ୍ରମେ କରାଯିବାକୁ ସ୍ଥିର ହୋଇଛି। ରେଳମନ୍ତ୍ରୀ ପିୟୁଷ ଗୋୟଲ ଆଜି ନୂଆଦିଲ୍ଲୀଠାରେ ସମଗ୍ର ଭାରତୀୟ ରେଳପଥରେ ସମୁଦାୟ ୨୨ ଯୋଡ଼ା ଟ୍ରେନ୍‌ର ସମ୍ପ୍ରସାରଣକୁ ଘୋଷଣା କରିଥିବାବେଳେ ଏଥିମଧ୍ୟରୁ ପୂର୍ବତଟ ରେଳପଥର ଛଅ ଯୋଡ଼ା ଟ୍ରେନ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe