ରେଳବାଇର ଉଦ୍ୟମ: ଓଡ଼ିଶା ଦିବସରୁ ଟ୍ରେନ୍‌ ଟିକେଟ୍‌ରେ ରହିବ ଓଡ଼ିଆ ଭାଷା

ରେଳବାଇର ଉଦ୍ୟମ: ଓଡ଼ିଶା ଦିବସରୁ ଟ୍ରେନ୍‌ ଟିକେଟ୍‌ରେ ରହିବ ଓଡ଼ିଆ ଭାଷା

ନୂଆଦିଲ୍ଲୀ: ଆଗାମୀ ଦିନରେ ରେଳ ଟିକେଟ୍‌ରେ ଓଡ଼ିଆ ଭାଷା ମଧ୍ୟ ଉଲ୍ଲେଖ ରହିବ। ଭାରତୀୟ ରେଳବାଇର ଏହି ପ୍ରଶଂସନୀୟ ଉଦ୍ୟମ ୨୦୧୯ ଏପ୍ରିଲ ୧ରୁ ଓଡ଼ିଶା ଦିବସ ଅବସରରେ ଲାଗୁ ହେବ ବୋଲି ଜଣାପଡ଼ିଛି। ରେଳ ଟିକେଟ୍‌ରେ ହିନ୍ଦୀ ଓ ଇଂରାଜୀ ଭାଷା ସମେତ ଓଡ଼ିଆ ମଧ୍ୟ ରହିବ। ଇଂରାଜୀ ଓ ହିନ୍ଦୀ ପଢ଼ି ପାରୁ ନଥିବା ଯାତ୍ରୀ ଏଣିକି ଟିକେଟ ପଢ଼ିବାରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

ଭାରତୀୟ ରେଳବାଇ ଏ ନେଇ ପ୍ରକ୍ରିୟା ଜୋରଦାର କରିଦେଇଛି। ପୂର୍ବତଟ ରେଳପଥ, ଦକ୍ଷିଣ-ପଶ୍ଚିମ ରେଳପଥ ଓ ଦକ୍ଷିଣ ପଶ୍ଚିମ କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ ୩୧୭ ରେଳ ଷ୍ଟେସନରେ ଓଡ଼ିଆ ଭାଷା ଉଲ୍ଲେଖ ଥାଇ ଟ୍ରେନ୍‌ ଟିକେଟ୍‌ ଉପଲବ୍ଧ ହେବ। ଓଡ଼ିଆ ଭାଷା ଥାଇ ଟ୍ରେନ ଅଣସଂରକ୍ଷିତ ଟିକେଟ୍‌ ଗୁଡ଼ିକ ଓଡ଼ିଶାର ରେଳଷ୍ଟେସନ କାଉଣ୍ଟରରେ ମିଳିପାରିବ।

ଟ୍ରେନ୍‌ ଟିକେଟରେ ଓଡ଼ିଆ ଭାଷାର ସ୍ଥାନ ନେଇ ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଥିଲେ। ରେଳ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଚିଠିକୁ ଗୁରୁତ୍ୱ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe