ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆଉ ନାହାନ୍ତି, ନିଜ ଘରେ ଜୀବନ ହାରିଲେ

Advertisment
ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆଉ ନାହାନ୍ତି, ନିଜ ଘରେ ଜୀବନ ହାରିଲେ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ସେ ଭୁବନେଶ୍ବରର ପ୍ରାଚୀବିହାରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଆଜି ଘରୁ ରାଇମୋହନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରିବାରିକ ଅସନ୍ତୋଷକୁ ନେଇ ସେ ଜୀବନ ହାରିଥିବା କୁହାଯାଉଛି।

publive-image

ଉଲ୍ଲେଖଯୋଗ୍ୟ, ଓଲିଉଡ ଓ ଯଲିଉଡର ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ା ୧୯୮୬ ମସିହା ଫେବ୍ରୁଆରି ୧୦ ତାରିଖରେ ମୁକ୍ତିଲାଭ କରିଥିବା ରାଜେନ୍ଦ୍ର ସିଂହଙ୍କ ନିର୍ଦ୍ଦେଶିତ ‘ସାଗର’ରେ ପ୍ରଥମେ ନଜର ଆସିଥିଲେ। ତାପରେ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ପକାକମ୍ବଳ ପୋତ ଛତା’ରେ ଦେଖା ଦେଇଥିଲେ।
ଏହାପରେ ରାଇମୋହନଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି। ଏଥିମଧ୍ୟରେ ରହିଛି କୋଟିଏ ମଣିଷ ଗୋଟିଏ ଜଗା, ଉଦଣ୍ଡୀ ସୀତା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ସୁନା ସଂସାର, ସ୍ତ୍ରୀ, ରଣଭୂମି, ରସିକ ନାଗର, ତୁ ଥିଲେ ମୋ’ ଡର କାହାକୁ, ଅର୍ଜୁନ, ଲକ୍ଷ୍ମୀ ପ୍ରତିମା , ମେଣ୍ଟାଲ୍, ‘ତୁ ମୋ’ ସୁନାଚଢେଇ’ ଏବଂ ‘ମିଷ୍ଟର ମଜନୁ’ ଆଦି ସମେତ ୭୦ ରୁ ଅଧିକ ଓଡ଼ିଆ ସିନେମା।

ଏହାଛଡ଼ା ସେ କେତୋଟି ଓଡ଼ିଆ ‌ଧାରାବାହିକରେ ବି ନଜର ଆସିଥିଲେ। ମଞ୍ଜରୀ ଟିଭିରେ ପ୍ରସାରିତ ମେଗା ଧାରାବାହିକ ‘ସିଂହଦ୍ବାର’ରେ ରାଇମୋହନଙ୍କ ଅଭିନୟ ବେଶ ପ୍ରଭାବଶାଳୀ ଥିଲା। ତାଙ୍କ ଅଭିନୀତ ଯାତ୍ରା ନାଟକ ବି ଅନେକ ସମୟରେ ଚର୍ଚ୍ଚାରେ ରହିଥିଲା। ସେ ଖଳନାୟକ ଭାବେ ମଞ୍ଚରେ ବେଶ୍ ନିଖୁଣ ଅଭିନୟ କରୁଥିଲେ। ଯାତ୍ରାଜଗତର ସର୍ବାଧିକ ପାରିଶ୍ରମିକ ନେଉଥିବା କଳାକାରଙ୍କ ଭିତରୁ ଜଣେ ଥିଲେ ରାଇମୋହନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe