ରାଇମୋହନ ପରିଡ଼ାଙ୍କ ମୃତ୍ୟୁ ଘଟଣା: ପତ୍ନୀ-ଝିଅଙ୍କ ମୋବାଇଲ୍‌କୁ ଆସିଥିଲା ମେସେଜ୍‌- ‘ବାଏ’

Advertisment
ରାଇମୋହନ ପରିଡ଼ାଙ୍କ ମୃତ୍ୟୁ ଘଟଣା: ପତ୍ନୀ-ଝିଅଙ୍କ ମୋବାଇଲ୍‌କୁ ଆସିଥିଲା ମେସେଜ୍‌- ‘ବାଏ’

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଓ ଯାତ୍ରା ଦୁନିଆର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତଦେହ ଆଜି ତାଙ୍କର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ରାଇମୋହନ ପରିଡ଼ାଙ୍କ ମୃତଦେହ ପୁଲିସ ଉଦ୍ଧାର କରିବା ପୂର୍ବରୁ ତାଙ୍କ ଝିଅଙ୍କ ମୋବାଇଲ୍‌ ‌‌ଫୋନ୍‌କୁ ମେସେଜ ଆସିଥିଲା। ମଞ୍ଚେଶ୍ବର ‌ପୁଲିସ ଏହା କହିଛି। ରାଇମୋହନଙ୍କ ମୋବାଇଲ ନମ୍ବରରୁ ପତ୍ନୀ ଓ ୨ ଝିଅଙ୍କ ପାଖକୁ ଆସିଥିବା ମେସେଜରେ ‘ବାଏ’ ଉଲ୍ଲେଖ ରହିଛି। ତେବେ ମେସେଜରେ ସେ କାହିଁକି ଏମିତି ଲେଖିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ମୃତ୍ୟୁ ଘଟଣାର ତଦନ୍ତ ସରିଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଆଶା କରାଯାଉଛି।

ଅନ୍ୟପଟରେ ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଖବର ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ସ୍ତବ୍ଧ କରିଦେଇଛି। ସିନେ କଳାକାରମାନଙ୍କ କହିବା ଅନୁସାରେ ରାଇମୋହନ ପରିଡ଼ାଙ୍କ କୌଣସି ସମସ୍ୟା ନଥିଲା। ତେଣୁ ପାରିବାରିକ କଳହକୁ କେନ୍ଦ୍ର କରି ଭୁବନେଶ୍ୱରର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପ୍ରାଚୀ ବିହାରସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି। ତେବେ ମଞ୍ଚେଶ୍ୱର ଥାନା ପୁଲିସ ମୃତଦେହକୁ ଉଦ୍ଧାର କରିଛି । ପୋଷ୍ଟମର୍ଟମ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍‌ପିଟାଲ ପଠାଯାଇଥିବା ବେଳେ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe