ସପ୍ତାହେ ଲାଗିରହିବ ବର୍ଷା

Advertisment

୮ରୁ ପ୍ରବଳ ବର୍ଷିପାରେ

୮ରୁ ପ୍ରବଳ ବର୍ଷିପାରେ

ସପ୍ତାହେ ଲାଗିରହିବ ବର୍ଷା

Photb by : media2.intoday.in

ଭୁବନେଶ୍ୱର : ସାରା ରାଜ୍ୟରେ ବର୍ଷା ଲାଗି ରହିବ। ପୂର୍ବାହ୍ନରେ ଖରା ହେଲେ ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହେବ। ଅଧିକାଂଶ ସମୟ ଆକାଶ ମେଘାଛନ୍ନ ରହିବ। ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହା ଆଖପାଖ ଅଞ୍ଚଳ ଏବଂ ତେଲେଙ୍ଗନାର ଉତ୍ତର ପାର୍ଶ୍ୱ ଓ ଏହା ଆଖପାଖ ଅଞ୍ଚଳରେ ଦୁଇଟି ଘୂର୍ଣ୍ଣିବଳୟ ଥିବାରୁ ସାରା ରାଜ୍ୟରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଆକାଶ ମେଘୁଆ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁଙ୍କ ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ଦୁଇଟି ଘୂର୍ଣ୍ଣିବଳୟ ସ୍ଥିର ରହିଥିବାରୁ ଏହା ପ୍ରଭାବରେ ବର୍ଷା ଲାଗି ରହିଛି। ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଏହିପରି ପାଗ ଲାଗି ରହିବ। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଉପକୂଳ ଓ ବାକି ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତା ୮ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା- ଉତ୍ତର ଆନ୍ଧ୍ର ପ୍ରଦେଶ ଉପରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାରୁ ଏହା ପ୍ରଭାବରେ ବର୍ଷାର ପରିମାଣ ବଢ଼ିପାରେ। ଲଘୁଚାପ ହେଲେ ସାରା ରାଜ୍ୟରେ ବର୍ଷା ପରିମାଣ ବଢ଼ିବ ବୋଲି ଶ୍ରୀ ସାହୁ କହିଛନ୍ତି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ଦାରିଙ୍ଗବାଡ଼ିରେ ସର୍ବାଧିକ ୨୧ମିମି ବର୍ଷା ହୋଇଥିବାବେଳେ ବାଲେଶ୍ୱରରେ ୧୨ମିମି, ଚାନ୍ଦବାଲିରେ ୩ମିମି, ପାରାଦୀପରେ ୨ମିମି, ପୁରୀରେ ୫ମିମି, ଅନୁଗୁଳରେ ୦.୬, ଝାରସୁଗୁଡ଼ାରେ ୩ମିମି, କେନ୍ଦୁଝରଗଡ଼ରେ ୧ମିମି, ହୀରାକୁଦରେ ୦.୫ମିମି ବର୍ଷା ହୋଇଛି। ଦଶହରାରେ କଟକରେ ସର୍ବାଧିକ ୧୦୫.୬ମିମି ବର୍ଷା ହୋଇଥିବାବେଳେ ଭୁବନେଶ୍ୱରରେ ୬୪.୨ମିମି ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe