୨୭ରୁ ରାଜ୍ୟରେ ପୁଣି ବର୍ଷା

Advertisment
୨୭ରୁ ରାଜ୍ୟରେ ପୁଣି ବର୍ଷା

ଭୁବନେଶ୍ବର : ସମୁଦ୍ର ପତ୍ତନଠାରୁ ୧.୫ରୁ ୪.୫ କିମି ଉଚ୍ଚତା ମଧ୍ୟରେ ବାୟୁମଣ୍ଡଳରେ ଏକ ନିମ୍ନଚାପ ରେଖା ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରୁ ବାହାରି ଉତ୍ତର ଓଡ଼ିଶା, ଉତ୍ତର-ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଦେଇ ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ ଯାଏ ଲମ୍ବିଛି। ଏହା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଶୁକ୍ରବାର ଦିନ ମେଘୁଆ ପାଗ ଲାଗି ରହିଥିଲା। ଆଜିଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ୨୭ ସେପ୍ଟେମ୍ବରରୁ ରାଜ୍ୟରେ ପୁଣିଥରେ ବର୍ଷା ଆରମ୍ଭ ହୋଇଯିବ। ଗଞ୍ଜାମ, ଗଜପତି, ପୁରୀ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି, ଶୁକ୍ରବାର ଦିନ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ହୋଇଯାଇଛି। ଏହାପରେ ଆସନ୍ତା ୩ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। କାଁ ଭାଁ ସ୍ଥାନରେ ବର୍ଷା ହେବ। ଆଜି ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳର ପାଗ ସାଧାରଣ ଭାବେ ମେଘୁଆ ରହିବ। ମଝିରେ ମଝିରେ ବର୍ଷା ସମ୍ଭାବନା ରହିଛି। ଦିନର ‌ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe