ଏବେ ଉତ୍ତରକୁ ବିପଦ : ୩୫ରୁ ୪୫ କିମି ବେଗରେ ପବନ ବହିପାରେ, ଅଶାନ୍ତ ରହିବ ସମୁଦ୍ର

Advertisment
ଏବେ ଉତ୍ତରକୁ ବିପଦ : ୩୫ରୁ ୪୫ କିମି ବେଗରେ ପବନ ବହିପାରେ, ଅଶାନ୍ତ ରହିବ ସମୁଦ୍ର

photo by : English News - Dailyhunt

ଭୁବନେଶ୍ୱର : ୨୪ ଘଣ୍ଟା ଧରି ବଡ଼ ବର୍ଷା ପରେ ବି ଡର ଥମିନି। ପାଣିପାଗ ବିଭାଗ ସତର୍କ କରାଇଛି ଯେ ଆହୁରି ବର୍ଷିବ। ଉପକୂଳରେ କମିଯିବ। କିନ୍ତୁ ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ବଢିପାରେ। କେବଳ ସେତିକି ନୁହେଁ, ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ମଧ୍ୟ ଭାରି ବର୍ଷାର ସମ୍ଭାବନା ରହିଛି।

ପାଣିପାଗ ବିଜ୍ଞାନୀ ଆଜି ଆକଳନ କରି କହିଛନ୍ତି, ଉତ୍ତର ବଙ୍ଗୋପସାଗରରେ ସୃୃଷ୍ଟି ଲଘୁଚାପ ଅବପାତ ରୂପ ନେବା ପରେ ଆଜି ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଆଗକୁ ଗତି କରି ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳ ଅର୍ଥାତ୍‌ ବାଲେଶ୍ୱର-ଦୀଘା ମଧ୍ୟରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ସହିତ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିବ। ମଝିରେ ମଝିରେ ଘଣ୍ଟା ପ୍ରତି ୫୫ କିଲୋମିଟର ବେଗରେ ପବନ ଧକ୍‌କା ଦେଇପାରେ। ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ଲାଗି ବାରଣ କରାଯାଇଛି।

ଭାରତର ପାଣିପାଗ ବିଭାଗ କହିଛି, ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ସମେତ ସମ୍ବଲପୁର, ଝାରସୁଗୁଡା, ବରଗ଼ଡ, ନୂଆପଡା ଆଦି ଜିଲ୍ଲାରେ ବଡ଼ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।ଏପରିକି ୨୦୦ ମିଲିମିଟର ଯାଏ ବର୍ଷା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

କୃଷି ପାଣିପାଗ ବିଜ୍ଞାନୀ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ କହୁଛି, ଅବପାତ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ରହିଛି। ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସଂଲଗ୍ନ ସ୍ଥଳଭାଗରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତାକାଲି ଅର୍ଥାତ୍‌ ୨୨ ତାରିଖରେ ପଶ୍ଚିମବଙ୍ଗ-ଝାଡ଼ଖଣ୍ଡ ସଂଲଗ୍ନ ସ୍ଥଳଭାଗରେ ଏହା କେନ୍ଦ୍ରୀଭୂତ ହେବ। ୨୩ ତାରିଖରେ ଏହା ଉତ୍ତର ମଧ୍ୟପ୍ରଦେଶ ବା ଉତ୍ତର ପ୍ରଦେଶ ସଂଲଗ୍ନ ଅଞ୍ଚଳକୁ ଚାଲିଯିବ।

ଏହାର ପ୍ରଭାବରେ ଉତ୍ତର ବାଲେଶ୍ୱର, ମୟୂରଭଂଜ, ସୁନ୍ଦରଗ଼ଡରେ ଭାରି ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଗଞ୍ଜାମ, ଉତ୍ତର ଗଜପତି, ରାୟଗଡା, ନବରଙ୍ଗପୁର, କୋରାପୁଟ ଓ ସୀମାନ୍ତ ଛତିଶଗଡ଼ରେ ମଧ୍ୟମ ଧରଣର ବର୍ଷା ହେବ ଓ ସ୍ଥାନେ ସ୍ଥାନେ ଭାରିବର୍ଷା ହୋଇପାରେ। ଅନ୍ୟ କିଛି ସ୍ଥାନରେ ହାଲ୍‌କା ବର୍ଷା ହୋଇପାରେ। ତେବେ ଉପକୂଳରେ ସନ୍ଧ୍ୟା ବେଳକୁ ସ୍ଥିତି ବଦଳିଯାଇଥିବ।

ପାଣିପାଗ ବିଜ୍ଞାନୀ ଡ. ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ କହୁଛି, ଉପକୂଳରେ ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ। କିନ୍ତୁ ଉତ୍ତର ଓଡ଼ିଶାରେ ବର୍ଷିବ। ଛତିଶଗ଼ଡ ସଂଲଗ୍ନ ଅଞ୍ଚଳରେ ମଧ୍ୟ ବର୍ଷା ପରିମାଣ ବଢ଼ିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe