ମାଲକାନଗିରିରେ ଲଗାଣ ବର୍ଷା: ବନ୍ୟା ଭସାଇ ନେଲା ଆନ୍ଧ୍ର ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଚାଳକ-ହେଲପର

Advertisment
ମାଲକାନଗିରିରେ ଲଗାଣ ବର୍ଷା: ବନ୍ୟା ଭସାଇ ନେଲା ଆନ୍ଧ୍ର ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଚାଳକ-ହେଲପର

ମାଲକାନଗିରି: ବିଗତ ୪ ଦିନ ହେଲା ହେଲା ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୩୨୫ ନମ୍ବର ଜାତୀୟ ରାଜପଥର କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ବ୍ରିଜ ଉପରେ ଆଜି ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଏକ ଟ୍ରକକୁ ବନ୍ୟା ଜଳ ଭସାଇ ନେଇଛି। ଘଟଣା ସମୟରେ ବ୍ରଜି ଉପରେ ପ୍ରାୟ ୫ ଫୁଟ ପାଣି ପ୍ରବାହିତ ହେଉଥିଲା।

ତେବେ ବ୍ରିଜ୍‌ ଉପରେ ଟ୍ରକ ଭାସିଯାଉଥିବାର ଦୃଶ୍ୟ ଦେଖି ସ୍ଥାନୀୟ ଯୁବକମାନେ ହଠାତ୍‌ ଉଦ୍ଧାର କରିବାକୁ ଯୋଜନା କରିଥିଲେ। ସ୍ଥାନୀୟ ଯୁବକମାନେ ଏକ ସୋଲ ଡଙ୍ଗାର ସାହାଯ୍ୟ ନେଇ ଟ୍ରକର ଚାଳକ ଓ ହେଲପରଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ଟ୍ରକ ଚାଳକ ଓ ହେଲପରଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ମାଲକାନଗିରି ସମେତ ପଡ଼ିଆ, ମାଥିଲି, କୋରକୋଣ୍ଡା ଓ କାଲିମେଳାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଏସବୁ ଅଂଚଳରେ ଜଳମଗ୍ନ ହୋଇଛି। ବନ୍ୟା ପରିସ୍ଥିତି ଉପୁଜିଥିବା ଲାଗି ଯୋଗାଯୋଗ ବିଚ୍ଛିନ୍ନ ଅଛି। ମାଲକାନଗିରିରୁ କୋରାପୁଟ ଜିଲ୍ଲା ଜୟପୁର, ମାଲକାନଗିରିରୁ ମୋଟୁ, ମାଲକାନିଗିରିରୁ କାଲିମେଳା ଓ ମାଲକାନଗିରିରୁ ବାଲିମେଳା ବିଛିନ୍ନ ହୋଇଛି। ସେହିପରି ବର୍ଷା ଲାଗି ରହିବାରୁ ୨ ହଜାର ହେକ୍ଟରରୁ ଅଧିକ ଚାଷ ଜମୀ ଜଳମଗ୍ନ ହୋଇଛି। ମାଥିଲି ବ୍ଲକରେ ଶତାଧିକ ଘର ଭାଙ୍ଗିଥିବା ବେଳେ ଅନେକ ଗଛ ଉପୁଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe