କାଳବୈଶାଖୀ ପ୍ରଭାବରେ ପବନ ସହ କୁଆପଥର ବର୍ଷା

କାଳବୈଶାଖୀ ପ୍ରଭାବରେ ପବନ ସହ କୁଆପଥର ବର୍ଷା

ଘୁ.ଉଦୟଗିରି: ପ୍ରବଳ ଖରା ସାଙ୍ଗକୁ ଗରମ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଆଜି ସାମାନ୍ୟ ଆଶ୍ୱସ୍ତ ପାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଆଜି ମଧ୍ୟାହ୍ନରେ ଆକାଶରେ କଳାହାଣ୍ଡିଆ ମେଘ ଆସିବା ସହ ଅନ୍ଧକାର ଘୋଟି କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିଥିଲା। ଏହାର କିଛି ସମୟ ପରେ ବିଜୁଳି ଘଡଘଡି ଗର୍ଜନରେ ସାରା ଅଞ୍ଚଳ ଆଲୋକିତ ହେବା ସହ ପ୍ରକମ୍ପିତ ହୋଇ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା।

ପାଗ ବଦଳି ପବନ ବୋହି ବିଜୁଳି ଘଡଘଡି ବର୍ଷା ଯୋଗୁଁ ସାରା ସହର ଜନଶୁନ୍ୟ ହୋଇହାଇଥିଲା।କିଛି ଦିନ ହେଲା ଖରା ଲାଗିରହିଥିବା ଯୋଗୁଁ ଗରମ ବୃଦ୍ଧି ପାଇଥିଲା ଆଜିର ବର୍ଷା ପରେ ଅଞ୍ଚଳବାସୀ ତାତିରୁ ମୁକ୍ତି ପାଇଛନ୍ତି। ବର୍ଷା ପବନ ଆରମ୍ଭ ହେଉ ହେଉ ବିଦ୍ୟୁତ ସରବରାହ ଠପ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe