୨୪ ଘଣ୍ଟା ମଧ୍ୟରେ ଅତି ଉଗ୍ରରୂପ ଧାରଣ କରିବ ‘ବୁଲ୍‌ବୁଲ୍‌’, ଆସନ୍ତାକାଲି ଠାରୁ ବର୍ଷା

Advertisment
୨୪ ଘଣ୍ଟା ମଧ୍ୟରେ ଅତି ଉଗ୍ରରୂପ ଧାରଣ କରିବ ‘ବୁଲ୍‌ବୁଲ୍‌’, ଆସନ୍ତାକାଲି ଠାରୁ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ଉଗ୍ରରୂପ ଧାରଣ କରିବ। ବାତ୍ୟା ଏବେ ଉତ୍ତର ଦିଗ ଆଡ଼କୁ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ନଭେମ୍ବର ୯ରେ ଉତ୍ତର-ପୂର୍ବକୁ ଗତି କରିବ। ୯ ତାରିଖ ସକାଳେ ପବନର ଘଣ୍ଟା ପିଛା ବେଗ ୫୫ରୁ ୬୫ କିଲୋମିଟର ରହିବ। ସେହିଭଳି ଅପରାହ୍ନରେ ଘଣ୍ଟା ପିଛା ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ।

publive-image Image Source: Zee News

ପାଣିପାଗ ବିଭାଗର ସୂଚନା ଅନୁସାରେ ନଭେମ୍ବର ୮ ତାରିଖ ସକାଳୁ ସମୁଦ୍ର ଅଶାନ୍ତ ରହିବା ସହ ବର୍ଷା ଆରମ୍ଭ ହୋଇଯିବ। ବାତ୍ୟା ପ୍ରଭାବରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଂଜ ଜିଲ୍ଲାରେ ବର୍ଷା ହେବ। ନଡ଼ାଛପର ଘର ଭାଙ୍ଗିଲା ଭଳି ପବନ ହେବାକୁ ଥିବା ବେଳେ ବିଦ୍ୟୁତ, ଟେଲିଫୋନ୍‌ ଲାଇନ୍‌ ପ୍ରଭାବିତ ହେବାର ଅନୁମାନ କରାଯାଉଛି। ବାତ୍ୟା ବଙ୍ଗୋପସାଗର ଉପର ଦେଇ ବାଲାଂଦେଶ ଓ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ।

ବାତ୍ୟା ଯୋଗୁଁ ଅଶାନ୍ତ ହେବାକୁ ଥିବା ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ଉପଦେଶ ଦିଆଯାଇଛି। ଆହୁରି କୁହାଯାଇଛି କି, ଯେଉଁମାନେ ସମୁଦ୍ରକୁ ମାଛମାରି ଯାଇଛନ୍ତି, ସେମାନେ ଫେରିଆସନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe