ଲଗାଣ ବର୍ଷା ପାଇଁ ବ୍ୟାପିପାରେ ହଇଜା, ଝାଡ଼ାବାନ୍ତି

Advertisment

ସତର୍କ ରହିବାକୁ ସବୁ ସିଡିଏମ୍‌ଓଙ୍କୁ ନିର୍ଦେଶ, ବର୍ତମାନସୁଦ୍ଧା ୭୬୦ ଆକ୍ରାନ୍ତ, ୧୭ ମୃତ୍ୟୁ

ସତର୍କ ରହିବାକୁ ସବୁ ସିଡିଏମ୍‌ଓଙ୍କୁ ନିର୍ଦେଶ, ବର୍ତମାନସୁଦ୍ଧା ୭୬୦ ଆକ୍ରାନ୍ତ, ୧୭ ମୃତ୍ୟୁ

ଲଗାଣ ବର୍ଷା ପାଇଁ ବ୍ୟାପିପାରେ ହଇଜା, ଝାଡ଼ାବାନ୍ତି

YouTube

ଭୁବନେଶ୍ବର : ରାଜ୍ୟରେ ଏବେ ଲଗାଣ ବର୍ଷା ଜାରି ରହିଛି। ଏହାଯୋଗୁଁ ବନ୍ୟା ଆସିବା ସହିତ ଜଳବାହିତ ରୋଗ ଯଥା ହଇଜା, ଝାଡ଼ାବାନ୍ତି ବ୍ୟାପିପାରେ। ଏଥିପାଇଁ ଆଗୁଆ ସତର୍କ ରହିବା ଲାଗି ସବୁ ସିଡିଏମ୍‌ଓମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଆଜି ଏ ସଂକ୍ରାନ୍ତରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଏକ ଚିଠି ଜାରି କରିଛନ୍ତି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲା ଓ ବ୍ଲକ୍‌ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିବା ସହିତ ନୋଡାଲ ଅଧିକାରୀଙ୍କୁ ତଥ୍ୟ ଦିଆଯାଉ। ଯେଉଁ ଅଞ୍ଚଳଗୁଡ଼ିକ ଅଧିକ ସମ୍ବେଦନଶୀଳ ତାହାର ମ୍ୟାପିଂ କରିବା ସହିତ ପର୍ଯ୍ୟାପ୍ତ ପରିମାଣର ଔଷଧ, ଓଆରଏସ୍‌, ହାଲେଜେନ୍ ବଟିକା, ଏଏସ୍‌ଭି ମହଜୁଦ ରଖାଯାଉ। ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ୨୪ଘଣ୍ଟିଆ ବିଜୁଳି ବ୍ୟବସ୍ଥା ସହିତ କମ୍ ପ୍ରଭାବିତ ହେବାକୁ ଥିବା ସ୍ଥାନରୁ ମାନବସମ୍ବଳକୁ କ୍ଷତିଗ୍ରସ୍ତ ଅଞ୍ଚଳକୁ ଆଣିବା ଲାଗି ଯୋଜନା କରାଯାଉ। ଗର୍ଭବତୀ ମହିଳାମାନଙ୍କୁ ପ୍ରସବ ସ୍ଥାନକୁ ଆଣିବା ସହିତ ତୁରନ୍ତ ଜଳ ବିଶୋଧନ କରିବା ଲାଗି ଜନସ୍ବାସ୍ଥ୍ୟ/ଆରଡବ୍ଲୁଏସ୍‌ଏସ୍‌ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଉ। ଆଇଏଲଆର ପଏଣ୍ଟ, ଟିକା ସଂରଣକ୍ଷ ସ୍ଥାନର ସୁରକ୍ଷା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ଉଲ୍ଲେଖ ଯେ ଚଳିତବର୍ଷ ରାଜ୍ୟର ୭ଟି ଜିଲ୍ଲାରେ ଡାଇରିଆ ବ୍ୟାପିଛି। ଏଥିରେ ବର୍ତମାନସୁଦ୍ଧା ୭୬୦ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୭ଜଣଙ୍କ ମୃତ୍ୟୁ ହୋଇଛି। ଅଧିକାଂଶ ଜିଲ୍ଲାରେ ଡାଇରିଆ ନିୟନ୍ତ୍ରଣକୁ ଆସିଥିବା ବେଳେ ଅଧିକାଂଶ ରୋଗୀ ସୁସ୍ଥ ହୋଇ ସାରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe