ଭଞ୍ଜନଗର : ଛାଡୁନି ବର୍ଷା, ତଥାପି ବନ୍ୟାସ୍ଥିତି ନାହିଁ

Advertisment
ଭଞ୍ଜନଗର : ଛାଡୁନି ବର୍ଷା, ତଥାପି ବନ୍ୟାସ୍ଥିତି ନାହିଁ

ଭଞ୍ଜନଗର : ଉତ୍ତର କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଫଳରେ ଗତ ତିନିଦିନ ହେବ ସ୍ଥିତି ବେହାଲ ହୋଇଛି। ତାହାର ପ୍ରଭାବରେ ଭଞ୍ଜନଗର ଓ ଏହାର ଆଖପାଖରେ ଏବେବି ବର୍ଷା ଜାରି ରହିଛି। ଲଗାଣ ବର୍ଷା ବନ୍ଦ ହୋଇ ଯାଇଥିଲେ ମଧ୍ୟ ଆଜି ଦିନସାରା ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଦିନସାରା ଝିପ୍ ଝିପ୍ ବର୍ଷା ଜାରି ରହିଥିବା ବେଳେ ମଝିରେ ମଝିରେ ପ୍ରବଳ ବର୍ଷା ହେଉଛି। ଯାହା ଫଳରେ ଲୋକମାନେ ବାହାରକୁ ବାହାରିଲେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ରାସ୍ତାଘାଟ ବର୍ଷାଜଳରେ ପରିପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ କୃତ୍ତିମ ପୋଖରୀ ସୃଷ୍ଟି ହୋଇ ବର୍ଷାଜଳ ଜମା ହୋଇ ରହୁଥିବା ଦେଖିବାକୁ ମିଳିଛି।

publive-image

ଲଗାଣ ବର୍ଷାରେ ଭଞ୍ଜନଗର ଉପଖଣ୍ଡର ସୋରଡ଼ାରେ ବ୍ୟାପକ କ୍ଷୟକ୍ଷତି ହେବା ସହ ବହୁ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାପଡିଛି। ସୋରଡ଼ା ବ୍ଳକ୍‌ର ଜରଉ ନଦୀ ଏବଂ ଜଳି ନାଳରେ ବ୍ରିଜ୍ କାମ ଚାଲିଥିବା ବେଳେ ମଙ୍ଗଳବାର ଦିନ ବନ୍ୟାଜଳ ଆସି ଉଭୟ ସ୍ଥାନର ଡାଇଭରର୍ସନ ରୋଡ଼ ଧୋଇ ହୋଇ ଯାଇଥିଲା। ଯାହା ଫଳରେ ଶେରଗଡ ବଡ଼ଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି। ସେଠାରେ ବର୍ତ୍ତମାନ ମଧ୍ୟ ପାଣି ସ୍ରୋତ ତିବ୍ର ରହିଛି। ପାଣି କମିଲେ ଯୁଦ୍ଧକାଳୀନ ଭିତ୍ତିରେ ଏହାର ଆପ୍ରେଚିଂ ରୋଡ଼ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିସହ ବରୋଦା ପଞ୍ଚାୟତର ଗୋକୁଳପୁର ନିକଟ ପଦ୍ମାନଦୀ ଉପରେ ବନ୍ୟାଜଳ ଆସିବାରୁ ପୋଲର କିଛି ଭାସି ଯାଇଥିବା ଅନୁମାନ କରାଯାଉଛି। ଏହି ପୋଲରେ ବିରାଟ କାଠ ଗଣ୍ଡି ଲାଗିଥିବାରୁ ଲୋକମାନେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଥିଲେ। ଆଜି ପ୍ରଶାସନ ପକ୍ଷରୁ ସେହି କାଠ ଗଣ୍ଡିଟିକୁ ବାହାର କରି ଯାତାୟତ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜଣାପଡିଛି।

publive-image

ଏହି ବର୍ଷ ଫଳରେ ଶହ ଶହ ଏକରରେ ହୋଇଥିବା ଚାଷ ଉପରେ ସିଧା ସଳଖ ପ୍ରଭାବ ପକାଇଛି। ପାଣି ଜମି ରହିବା ଫଳରେ ବହୁ ପନିପରିବା ନଷ୍ଟ ହୋଇଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି। ଅନବରତ ବର୍ଷା ଜାରି ରହିଥିବା ବେଳେ ଗତ ୩୬ ଘଣ୍ଟା ଭିତରେ ଭଞ୍ଜନଗରରେ ୯୭ ମିମି. ବର୍ଷ ରେର୍କଡ କରାଯାଇଥିବା ବେଳେ ଶୋରିଷମୂଳି ଠାରେ ୭୯ ମିମି.ବେଲଗୁଣ୍ଠା ମାଧବରିଡା ଠାରେ ୧୩୦ ମିମି.ଆସିକା ଖଣ୍ଡରାବଳି ଠାରେ ୨୯ମିମି. ଧରାକୋଟ ଜାନିବିଲିରେ ୫୦ ମିମି. ସୋରଡ଼ାରେ ୧୭ ମିମି. ଆସିକାରେ ୪୯ ମିମି. ଡହ ଡ୍ୟାମ୍ ସାଇଟ୍‌ରେ ୪୩ ମିମି. ବର୍ଷା ରେର୍କଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe