୧୧ରୁ ରାଜ୍ୟରେ ପୁଣି ବର୍ଷା, ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

Advertisment
୧୯ରୁ ୨୧ ଯାଏ କାଳବୈଶାଖୀ: ଡରାଇବ ବଜ୍ରପାତ, ୪୦ କିମି ବେଗରେ ପବନ

Image Courtesy of India Today

ଭୁବନେଶ୍ବର: ୧୧ ଓ ୧୨ ତାରିଖରେ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୧୨ ତାରିଖରୁ ରାଜ୍ୟରେ ପୁଣି ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୌସୁମୀଜନିତ ନିମ୍ନଚାପ ରେଖା ଆଜି ତା’ର ସାଧାରଣ ଅବସ୍ଥାନଠାରୁ ଦକ୍ଷିଣରେ ରହିବା ସହ ରାଜସ୍ଥାନର ଜୟଶେଲମେରରୁ ବାହାରି କୋଟା, ରାଇସେନ, ପେନ୍ଦ୍ରାରୋଡ୍‌, ଜାମ୍‌ଶେଦ୍‌ପୁର ମଧ୍ୟ ଦେଇ ପଶ୍ଚିମବଙ୍ଗର ଦୀଘାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହା ବାୟୁମଣ୍ଡଳରେ ୨.୧ କିମି ଉଚ୍ଚତା ଯାଏ ଲମ୍ବିଛି। ଫଳରେ ରାଜ୍ୟରେ ପାଗ ମେଘୁଆ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ହେଉଛି। ତେବେ ଆସନ୍ତା ୧୧ ତାରିଖରୁ ରାଜ୍ୟରେ ବର୍ଷା ପୁଣି ଆରମ୍ଭ ହେବ।

ବି‌ଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।

ଏଥିସହ ସୂଚନା ମୁତାବକ, ରାଜ୍ୟରେ ୧୨ ତାରିଖ ଦିନ ବର୍ଷାର ବିସ୍ତୃତି ବଢ଼ିବ। ଉପରୋକ୍ତ ସମସ୍ତ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଗଞ୍ଜାମ, କନ୍ଧମାଳ, ଅନୁଗୁଳ, କଟକ, ନୟାଗଡ଼, କଳାହାଣ୍ଡି, ବୌଦ୍ଧ, ଗଜପତି, ରାୟଗଡ଼ା, ଢେଙ୍କାନାଳ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବ। ମଝିରେ ମଝିରେ ବର୍ଷା ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୨୮ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe